ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ଅସ୍ତାୟୀ କର୍ମଚାରୀଙ୍କ ୧୦ ଦଫା ଦାବିପତ୍ର ପ୍ରଦାନ

0
297

ବ୍ରହ୍ମପୁର: ବ୍ରହ୍ମପୁର ବନଖଣ୍ଡ ଅଧିନରେ କାର୍ଯ୍ୟରତ ଅସ୍ତାୟୀ ବନ କର୍ମଚାରୀ ମହାସଂଘ ପକ୍ଷରୁ ବନଖଣ୍ଡ ଅଧିକାରୀଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ବର୍ଷ ହେଲା ଏହି ବନଖଣ୍ଡରେ ଅସ୍ତାୟୀ କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହ ସମାନ କାମକୁ ସମାନ ଦରମା ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କଲେ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ସମେତ ବନ୍ୟଜନ୍ତୁଙ୍କ ଆହତର ଶିକାର କର୍ମଚାରୀଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ସେହିପରି ପ୍ରତି ମାସରେ ଠିକ ସମୟରେ ଦରମା ପ୍ରଦାନ କରିା ପରି ଦଶ ଦଫା ଦାବିପତ୍ର ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କୁ ଅସ୍ତାୟୀ କର୍ମଚାରୀ ମହା ସଂଘ ପକ୍ଷରୁ ପ୍ରଦାନ କରାଯାଇଛି । ଆଜି ଏ ନେଇ ଅସ୍ତାୟୀ ବନ କର୍ମଚାରୀ ମହାସଂଘ ପକ୍ଷରୁ ଏକ ବୈଠକ ସ୍ଥାନୀୟ ଲାଞ୍ଜିପଲ୍ଲୀ ସ୍ଥିତ କାଞ୍ଜିଆମ୍ମା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହାପରେ ମହାସଂଘର ସମସ୍ତ ସଦସ୍ୟ ମିଳିତ ଭାବେ ବ୍ରହ୍ମପୁର ବନଖଣ୍ଡ ଅଦିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ । ପୂର୍ବରୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ବନ ବିଭାଗର ବରିଷ୍ଟ ଅଧିକାରୀଙ୍କୁ ରାଜ୍ୟ ଅସ୍ତାୟୀ ବନକର୍ମଚାରୀ ମହାସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଏହାକୁ ୫ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଆଜି ଦାବିପତ୍ର ଦିଆଯାଇଥିବା ବେଳେ ଆଗାମୀ ଦୁଇ ମାସ ମଧ୍ୟରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କଲେ ରାଜ୍ୟବାପୀ ଆନ୍ଦୋଳନ ହେବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆ ଯାଇଛି । ମହାସଂଘର ସଭାପତି ସନଜ କୁମାର ଶଙ୍ଖୁଆ ସଂଯୋଜନାରେ ଏହା ଅନୁଷ୍ଠିତ ହୋଇଥିବା ବେଳେ କୃଷ୍ଣ ଚନ୍ଦ୍ର ପାତ୍ର, ମୁରଲୀ ପ୍ରସାଦ ରଥ, ଦେବାଶିଷ ତ୍ରିପାଠୀ, କପିଳେଶ୍ୱର ଦାଶ, ମନୋଜ ରାଉଳ, ଶାନ୍ତି ପ୍ରଶାଦ ବେହେରା, କୃଷ୍ଣ ଚନ୍ଦ୍ର ଜେନା, ପଦ୍ମ ଦାଶ, ଜିତେନ୍ଦ୍ର ଦାଶଙ୍କ ସମେତ ସମସ୍ତ ଅସ୍ଥାୟୀ ବନକର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here