ବେଗୁନିଆପଡା ବ୍ଲକ ୪୬ ନମ୍ବର ଜୋନରେ ବିଜେପିର ଜୋରଦାର ପ୍ରଚାର

0
250

ବେଗୁନିଆପଡା: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡା ବ୍ଲକ ୪୬ ନମ୍ବର ଜୋନ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଅହଲ୍ୟା ସୁମନ୍ତରାୟଙ୍କ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ବିଜେପି ଆଞ୍ଚଳିକ କର୍ମୀ ଓ ନେତାମାନେ ଏକତ୍ରିତ ହୋଇଥିବା ବେଳେ ରାଜ୍ୟ ବିଜେପି ନେତୃ ମଣ୍ଡଳୀରୁ ବିଜେପି ରାଜ୍ୟ ଉପସଭାନେତ୍ରୀ ତଥା ମହିଳା ମୋର୍ଚ୍ଚା ପ୍ରଭାରୀ ଅନିତା ଶୁଭଦର୍ଶନୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାମାନେ ଯୋଗ ଦେଇ ବିଜେପି ଦଳୀୟ ପ୍ରାର୍ଥିନୀ ଶ୍ରୀମତୀ ଅହଲ୍ୟା ସୁମନ୍ତରାୟଙ୍କ ପାଇଁ ଗାଁ କୁ ଗାଁ ବୁଲି ଭୋଟ ଭିକ୍ଷା କରିଥିଲେ । ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ, ଗଂଜାମ ଜିଲ୍ଲା ପ୍ରଭାରୀ କସ୍ତୁରୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପୋଲାଇ, ଘୁମୁସର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମଧୁସ୍ମିତା ପୋଲାଇ,ଘୁମୁସର ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ମୀରାବାଇ ଦେଓ, ବିଜେପି ନେତା ନାରାୟଣ ସୁମନ୍ତରାୟ, ସତ୍ୟନାରାୟଣ ସାହୁ, ଚନ୍ଦ୍ରମୋହନ ଜେନା, ସତ୍ୟବାଦୀ ସାହୁ, ପ୍ରଶାନ୍ତ ସାହୁ, ହିମାଂଶୁ ଭୂଷଣ ସ୍ଵାଇଁ, ଚନ୍ଦ୍ରମଣି ଗୌଡ, ସିମାଞ୍ଚଳ ବାରିକଙ୍କ ସମେତ ବହୁ କର୍ମୀ ଓ ନେତା ଉପସ୍ଥିତଥିବା ଦେଖାଦେଇଥିଲା ।ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ପଥପ୍ରାନ୍ତ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସୁଶାସନ ଏବଂ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟ ନେଇ ଉପସ୍ଥିତ ନେତୃବୃନ୍ଦ ମାନେ ନିଜ ନିଜ ବକ୍ତବ୍ୟରେ କହିଥିବା ସହ ଦୀର୍ଘ ୨୨ ବର୍ଷ ଧରି ଓଡିଶାରେ ଚାଲିଥିବା ଦୁର୍ନୀତି, ଭଷ୍ଠ୍ରାଚାର ସରକାରଙ୍କୁ ହଟେଇବା ପାଇଁ ପଦ୍ମ ଫୁଲ ଚିହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here