ବ୍ରହ୍ମପୁର ଫଟୋଗ୍ରାଫରର୍ସ ୱେଲଫେର ଏସୋସିଏସନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫରର୍ସ ଦିବସ ପାଳନ

0
232

ବ୍ରହ୍ମପୁର:ବିଶ୍ୱ ଫଟୋଗ୍ରାଫରର୍ସ ଦିବସ ଅବସରରେ ବ୍ରହ୍ମପୁର ଫଟୋଗ୍ରାଫରର୍ସ ୱେଲଫେର ଏସୋସିଏସନର ବାର୍ଷିକ ଉତ୍ସବ ସହ ବିଶ୍ୱ ଫଟୋଗ୍ରାଫରର୍ସ ଦିବସ ଶୁକ୍ରବାର ଦିନ ହାତିବନ୍ଧ ସାହିସ୍ଥିତ ବିନାୟକ ସେଲିବ୍ରେସନ ପରିସରରେ ଆୟୋଜିତ ହୋଇଯାଇଛି ।ଏଥିରେ ସଭାପତି ପ୍ରୋମଦ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ଦୁର୍ଗା ଶତପଥୀ, ଯୁଗ୍ମ ସମ୍ପାଦକ ସୁଧାଂଶୁ ଶେଖର ନନ୍ଦ, କୋଷାଧ୍ୟକ୍ଷ ବିମଳ ପଲେଇଙ୍କ ସମେତ ଏସୋସିଏସନର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।ଏଥିରେ ବରିଷ୍ଠ ଫଟୋଗ୍ରାଫର୍ ତଥା ସାମ୍ବାଦିକ ରବୀନ୍ଦ୍ର କୁମାର ମହାରଣାଙ୍କୁ ଏସୋସିଏସନ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏବଂ ଏହି ଅବସରରେ ଚକ୍ଷୁ ପରୀକ୍ଷା ସହ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।ଏଥିରେ ରୁବି ଚକ୍ଷୁ ଚିକିତ୍ସା,ଲାସିକ ସେଣ୍ଟର ଓ ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିବା ବେଳେ କାନ୍ହୁ ରାଉତ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here