ପୂର୍ବ ଶତ୍ରୁତାକୁ ନେଇ ନିଆଁ ଲଗାଇଲେ

0
299

ଭଞ୍ଜନଗର(ନିଲୁ ବିଶୋଇ) ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରଶାଦ ବ୍ଳକ ଅନ୍ତର୍ଗତ ନିମପଦର ଗ୍ରାମ ରେ ଏକ ଅଘଟଣ ଘଟିଯାଇଛି । ପୂର୍ବ ଶତ୍ରୁତା କୁ ନେଇ କିଛି ଦୁର୍ବୁତ୍ତମାନେ ଗତକାଲି ବିଳମ୍ବିତ ରାତିରେ ନିମପଦର ଗ୍ରାମର ମିଥୁନ ପଲେଇ ନାମକ ଜଣେ ବ୍ୟକ୍ତି ର ଘର ଆଗରେ ଅତି ଖରାପ ଭାଷା ରେ ଗାଳିଗୁଲଜ କରିବା ସହିତ ତାଙ୍କ ପୁରୁଣାଘରେ ଥିବା ଗୋଟିଏ ଟିଭିଏସ ଆର ଟି ଆର 160 ବାଇକ, ଗୋଟିଏ ଟି ଭି ଏସ ଏକସେଲ ଓ 5ଟି ସାଇକେଲ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ଯାହା ଫଳରେ ଲକ୍ଷାଧିକ ଟଙ୍କା ର ଧନସମ୍ପତ୍ତି ଜଳିପୋଡି ନଷ୍ଟହୋଇଯାଇଛି । ଏହି ଘଟଣା ସମ୍ପର୍କ ରେ ଦମକଳବିଭାଗ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାବେଳକୁ ସବୁ ଜିନିଷ ଜଳିପୋଡି ନଷ୍ଟ ହୋଇଯାଇଥିଲା । ଏହି ଘଟଣା ସମ୍ପର୍କ ରେ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି

LEAVE A REPLY

Please enter your comment!
Please enter your name here