୨୪୦ କେଜି ଗଞ୍ଜେଇ ଜବତ;ଜଣେ ଗିରଫ

0
355

ବେଗୁନିଆପଡା: ଆଜି ଅପରାହ୍ନରେ କୋଦଳା ଠାରୁ କଞ୍ଚଣା ରାସ୍ତାର ବାଲିପୋଇ ନିକଟରେ ଏକ ଡ।ଲା ଅଟୋ( OD 07 Z 8565 ) ରେ ଭର୍ତିଥିବା ଗଂଜେଇକୁ କୋଦଳା ପୋଲିସ ଧରିବାରେ ସକ୍ଷମ ହୋଇଛି। ଅଟୋଟି କୋଦଳାରୁ ଖଲ୍ଲିକୋଟ ଅଭିମୁଖେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଏସ ଆଇ ଆରତୀ ପରିଡା ,ବେଗୁନିଆ ପଡା ଫାଣ୍ଡି ଏ ଏସ ଆଇ ଶରତ ଚନ୍ଦ୍ର ମହାପାତ୍ରଙ୍କ ସମେତ ପୋଲିସ ଟିମ ପ୍ରମୁଖ ସେହି ଅଟୋକୁ ଜବତ କରିଥିଲେ। ଅଟୋରେ ଥିବା ଗଂଜେଇର ପରିମାଣ ୨୪୦ କିଲୋ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । କୋଦଳା ଥାନା କେଶ ନମ୍ବର ୨୨୨/୨୦୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଏହା ସହିତ ଅଟୋ ଡ୍ରାଇଭର କୁ ଗିରଫ କରାଯାଇଛି। ଘଟଣା ସ୍ଥଳରେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପହଞ୍ଚି ତଦନ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here