ଗଞ୍ଜେଇ ସହ ୬ ଜଣ ଅଭିଯୁକ୍ତ ଗିରଫ

0
384

ମାଲକାନଗିରି (ନ୍ୟୁଜ୍ ଏକ୍ସଟ୍ରା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ବଡ଼ ସଫଳତା । ମିଳିଥିବା ସୂଚନା ଅନୁସାରେ ଏନ . ବିଶ୍ବାଳ ଓ ତାଙ୍କ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଗୁଡା ଗ୍ରାମ ନିକଟରେ ଏକ ବାଜାଜ ଅଟୋ ( AP 05 TJ 0376 ) କୁ ଅଟକାଇ ଯାଚ କରିଥିଲେ । ଯାଞ୍ଚ ସମୟରେ ସେଥିରୁ ୮୧୧ କିଲୋ ୩୦୦ ଗ୍ରାମ ଥିବା ଦେଖୁବାକୁ ମିଳିଥିଲା , ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷରୁ ଉର୍ଷ ଟଙ୍କା ହେବ । ଘଟଣା ସ୍ଥଳରୁ ପୋଲିସ ୮୧୧ କିଲୋ ୩୦୦ ଗ୍ରାମ୍ ଗଞ୍ଜେଇ , ୧୭୦୦ ଟଙ୍କା , ୪ ଟି ମୋବାଇଲ ଓ ୩ ଟି ମଟର ସାଇକେଲ ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ଧନପମି ଜାନି , ଅର୍ଜନ ଗୋଲାରି , ଜଗବନ୍ଧୁ ଖରା , କିଲଚିନା ରାଓ , ବାଲୁକିନ୍ଦାଲ ଓ ସନିଆ ବଡନାୟକ ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ଏହି ଗଞ୍ଜେଇକୁ ଆନ୍ଧ୍ର ପ୍ରଦେଶକୁ ଚାଲାଣ କରିବାର ଯୋଜନା ଥିଲା ବୋଲି ଥାନାଧିକାରୀ କହିଛନ୍ତି । ଅଭିଯୁକ୍ତଙ୍କ ନାମରେ ଚିତ୍ରକୋଣ୍ଡା ଥାନାରେ ଏକ କେଶ ନମ୍ବର- ୧୧୯ / ୨୦୨୧ରେ ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here