ନେହରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ୍ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

0
266

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଭୃଙ୍ଗିଯୋଡି ପଞ୍ଚାୟତ ଶୁଣ୍ଡିଗାଁ ଗୋଷ୍ଠୀ କେନ୍ଦ୍ର ଠାରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ ସୁଭଦ୍ରା କହଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସରପଞ୍ଚ ବୃନ୍ଦାବନ କହଁର, ଅଙ୍ଗନବାଡ଼ି କର୍ମୀ ସୁକାନ୍ତି କହଁର, ବିଦ୍ୟାଧର କହଁର, ଡିଏନଏସ ମହାବୀର ଯୁବକ ସଂଘର ସଭାପତି ସୁନିଲ୍ କୁମାର୍ କହଁର ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ କରୋନା କଟକଣା କୁ ଆଖି ଆଗରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଯୁବକ ସଂଘ ସୁଙ୍ଗାମାହା, କିଙ୍ଗଷ୍ଟାର ଯୁବକ ସଂଘ, କୁଟିଗୁଡା ଯୁବକ ସଂଘ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ବ୍ୟାଙ୍କ୍ ମିତ୍ର କଣ ବ୍ୟାଙ୍କ୍ ମିତ୍ର ହେଲେ କଣ କରିବାକୁ ପଡ଼ିବ ,କଣ ପ୍ରମାଣ ପତ୍ର ଦରକାର ଏହି ସବୁ ଉପରେ ଆଲୋଚନା କରାଯାଇଥିଲା lଯୁବ ସଂଘ ସଦସ୍ୟ ନୀଳକଣ୍ଠ କହଁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here