ପ୍ରଚାରରେ ବିଧାୟକଙ୍କ ସହ ଓଡ଼ିଆ ସିନେ ତାରକା

0
263

ବୁଗୁଡା :ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ତିନିଗୋଟି ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତା ଦଳ ପ୍ରାର୍ଥୀମାନଙ୍କ ପାଇଁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ସହ ଓଡ଼ିଆ ସିନେ ତାରକା ଅଭିନେତ୍ରୀ ପୁନମ ମିଶ୍ର ଓ ତମନା ବ୍ୟାସ ଏବଂ ଅଭିନେତା ଦେବାଶିଷ ପାତ୍ର ଫେବୃଆରୀ ୧୪ ତାରିଖ ଦିନ ନିର୍ବାଚନ ପ୍ରଚାର କରିଥିଲେ। ବୁଗୁଡା ବ୍ଲକର ୪୧ ନମ୍ବର ଜୋନର ପ୍ରାର୍ଥୀନୀ ସମିତା ସ୍ବାଇଁ ଙ୍କ ପାଇଁ ପ୍ରଥମେ ଅରଖପୁର ଗ୍ରାମରୁ ନିର୍ବାଚନ ପ୍ରଚାର ଆରମ୍ଭ କରି ୪୨ ନମ୍ବର ଜୋନ ଜିଲ୍ଲା ପରିଷଦର ପ୍ରାର୍ଥୀ ଗଙ୍ଗାପାଣି ଜେନାଙ୍କ ପାଇଁ ପ୍ରଚାର କରିଥିଲେ। ଶେଷରେ ୪୩ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଚାନ୍ଦିନୀ ନାୟକଙ୍କ ପାଇଁ ପ୍ରଚାର କରିଥିଲେ। ଏକ ଦିନିକିଆ ନିର୍ବାଚନ ପ୍ରଚାରରେ ବିଧାୟକ ଶ୍ରୀ ସାହୁଙ୍କ ସହ ସିନେ ତାରକା ବୃନ୍ଦ, ତିନି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଓ ପ୍ରାର୍ଥୀ, ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ପ୍ରାର୍ଥୀ ଏବଂ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ। ବିଧାୟକ ଓ ସିନେ ତାରକା ବୃନ୍ଦ ୪୧ ନମ୍ବର ଜୋନରେ ୧୨ ଟି ଗ୍ରାମ, ୪୨ ନମ୍ବର ଜୋନରେ ୧୫ ଟି ଗ୍ରାମ ଓ ୪୩ ନମ୍ବର ଜୋନରେ ୧୫ ଟି ଗ୍ରାମାରେ ନିର୍ବାଚନ ପ୍ରଚାର କରିଥିଲେ। ପ୍ରଚାର ବେଳେ ବିପୁଳ ଜନସମର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here