ସଂରକ୍ଷିତ ସରପଞ୍ଚ ପଦବୀ ପାଇଁ ଗ୍ରାଜୁଏଟ ପାଠୁଆ ପ୍ରାର୍ଥୀ

0
239

ବୁଗୁଡା :ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ରେ ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହୋଇଛି। ମାଣିତରା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ ପ୍ରାର୍ଥୀ ତାଲିକାରେ ରହିଅଛି। ହିମାଂଶୁ ଶେଖର ସେଠୀ ଡମି ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିଥିବା ବେଳେ ପ୍ରତ୍ୟାହାର କରି ପାରିନାହାଁନ୍ତି। ଏହି ଦୃଷ୍ଟିରୁ ମାଣିତରା ଗ୍ରାମ ପଞ୍ଚାୟତରେ ପ୍ରକୃତରେ ୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଅଛି। ପ୍ରକାଶ ଚନ୍ଦ୍ର ବେହେରା ବିଜେଡି ସମର୍ଥୀତ ପ୍ରାର୍ଥୀ ହୋଇଥିବା ବେଳେ ଭାସ୍କର ସେଠୀ ବିଜେପି ସମର୍ଥୀତ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ଦୁଇଜଣ ପ୍ରାର୍ଥୀ ହେଲେ ରମେଶ ଚରଣ ସେଠୀ ଓ ସୁଶାନ୍ତ କୁମାର ନାଇକ । ପ୍ରକାଶଙ୍କ ନିର୍ବାଚନ ଚିହ୍ନ ଖୋଲାବହି, ଭାସ୍କରଙ୍କ ଚିହ୍ନ ମାଛ, ରମେଶଙ୍କ ଚିହ୍ନ ସୁର୍ଯ୍ୟ ଓ ସୁଶାନ୍ତଙ୍କ ଚିହ୍ନ ଖୋଲାଛତା ଅଟେ। ଏମାନଙ୍କ ମଧ୍ୟରୁ ରମେଶ ଚରଣ ସେଠୀ ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ହୋଇଥିବା ଜଣାପଡିଛି। ରମେଶ ଚରଣ ସେଠୀ ଭଞ୍ଜନଗର କେଏସୟୁବି ମହାବିଦ୍ୟାଳୟରୁ ବିଏ ପାଶ ହୋଇଥିବା ସେ ପ୍ରକାଶ କରିଛନ୍ତି। ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ଭାବେ ବ୍ୟକ୍ତିଗତ ଭାବେ ବିଭିନ୍ନ ଗ୍ରାମର ଘରକୁ ଘର ବୁଲି ଭୋଟଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି।

ରିପୋର୍ଟ:ସ୍ୱରୂପ ସୁମନମହାରଣା

LEAVE A REPLY

Please enter your comment!
Please enter your name here