ଲୋକ ସଂସ୍କୃତି ସଂପର୍କିତ ୱେବିନାର ଉଦଘାଟିତ

0
245

ବୁଗୁଡା :ବୁଗୁଡାର ପ୍ରତିଷ୍ଠିତ ସାହିତ୍ୟ, ସଂସ୍କୃତି ଓ ଗବେଷଣା ଅନୁଷ୍ଠାନ ” ଷ୍ଟଡି ଏଣ୍ଡ ରିସର୍ଚ୍ଚ ସୋସାଇଟି” ପକ୍ଷରୁ ବୁଗୁଡା ସୀମାଞ୍ଚଳ ନଗରସ୍ଥିତ କାର୍ଯ୍ୟାଳୟରେ ଫେବୃଆରୀ ୧୩ ତାରିଖ ଦିନ “ଲୋକ ସଂସ୍କୃତି” ବିଷୟରେ ୱେବିନାର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗବେଷକ ଡକ୍ଟର ବ୍ରଜକିଶୋର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆଲୋଚକ ଭାବେ ମାଣିତରା କଲେଜ ଅଧ୍ୟପାକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଓ ସମୀକ୍ଷକ ଭାବେ ବୁଗୁଡା ମହିଳା ମହାବିଦ୍ୟାଳୟ ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ଯୋଗ ଦେଇଥିଲେ। ଷ୍ଟଡି ଏଣ୍ଡ ରିସର୍ଚ୍ଚ ସୋସାଇଟି ର ସାଧାରଣ ସମ୍ପାଦକ ତଥା ପିପୁଲସ କଲେଜ ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇ ଅତିଥି ପରିଚୟ ସହ ୱେବିନାର ର ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ବିପ୍ଳବ ରଞ୍ଜନ ପ୍ରଧାନ, ଶମ୍ଭୁ କିଶୋର ଦଣ୍ଡସେନା, ନବୀନ କୁମାର ପାଢୀ, ବିପିନ ବିହାରୀ ରଥ, ଅନିଲ କୁମାର ମହାରଣା, ପ୍ରତାପ ବେହେରା, ଡ଼ଃ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଅଧିବେଶନରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here