ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସମ୍ବିତ ସଂଗ୍ରାମଜିତଙ୍କ ଦାୟିତ୍ୱ ଗ୍ରହଣ

0
195

ଛତ୍ରପୁର: ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମ୍ବିତ ସଂଗ୍ରାମଜିତ୍ ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଚିକିଟି ଏନଏସିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱକୁ ସୂଚାରୂ ରୂପେ ତୁଲାଇ ଆସିଥିଲେ । ସେ ପ୍ରଥମେ ମୟୁରଭଞ୍ଜ ଜିଲ୍ଲାର ମୋରଡାର ତହସିଲର ଭାରପ୍ରାପ୍ତ ତହସିଲଦାର ଭାବେ ଚାକିରୀ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପରେ ସୁଣିଆପଦା ଓ ରାଜଗୋବିନ୍ଦପୁର ମଧ୍ୟ ଭାରପ୍ରାପ୍ତ ତହସିଲଦାର ଭାବେ ଦାୟିତ୍ୱ ସୂଚାରୁ ରୁପେ ତୁଲାଇଆସିଥିଲେ । ପୂର୍ବରୁ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଉମାକାନ୍ତ ନାୟକ ଦାୟିତ୍ୱ ତୁଲାଇଥିବା ବେଳେ ଆଜି ଶ୍ରୀ ସାହୁ ତାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଏନଏସିର ପରିମଳ, ସ୍ୱଚ୍ଛତା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ନବ ନିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗଦେଇଥିବା ସମ୍ବିତ ସଂଗ୍ରାମଜିତ୍ ସାହୁ କହିଛନ୍ତି ।

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here