ବୋଲେରୋ ଗାଡ଼ି ରୁ ୨୧୨କେଜି ଗଞ୍ଜେଇ ଜବତ ଜଣେ ଗିରଫ

0
282

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦେଶ ପ୍ରକାରେ ଆଜି ଅଡବା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ବୋଲେରୋ ଗାଡି ଆଠ ବଖରା ଛକରେ ଦ୍ରୁତ ଗତିରେ ଯିବା ସମୟରେ ଅଟକାଇ ତନଖି କରିଥିଲେ।ତନଖି କରିବାରୁ ଜଣାପଡ଼ିଲାକି ସେଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା।ଏହି ଗଞ୍ଜେଇ ଆର. ଉଦୟଗିରି କିରାମା ଅଞ୍ଚଳରୁ ଏକ ଚୋରା ଜଙ୍ଗଲ ରାସ୍ତା ଦେଇ ବ୍ରହ୍ମପୁର ବିକ୍ରି ନିମନ୍ତେ ଯାଉଥିଲା।ଅଡବା ପୋଲିସ ତାକୁ ଜବତ କରିବା ସହ ଆସାମୀ ଦାନିଏଲ ମଣ୍ଡଳ କୁ ଅଟକ ରଖି ତଦନ୍ତ କରୁଛନ୍ତି।ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବୋଲେରୋ ଗାଡି ଏବଂ ସେଥିରେ ଯାଉଥିବା ୨୧୨କେଜି ଗଞ୍ଜେଇ କୁ ଜବତ କରିଛନ୍ତି।ଏହି ଘଟଣା ରେ ମୋହନା ତହସିଲଦାର କିଶୋର କୁମାର ଦାସ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିଲେ।ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here