ବିଶ୍ଵ ଲୋକ କଳା ମହୋତ୍ସବରେ ହିଞ୍ଜିଳି କାଟୁର ଦାସକାଠିଆ

0
262

ବ୍ରହ୍ମପୁର:ଓଡ଼ିଶା ଐଶ୍ୱର୍ଯ୍ୟପୂର୍ଣ୍ଣ କଳା, ସଂସ୍କୃତି, ପରମ୍ପରାର ଭିନ୍ନ ଭିନ୍ନତାରେ ଏକତାର ପୃଷ୍ଠଭୂମି।ଏହାର ପୁରପଲ୍ଲୀର ମହକ ଏହାର ଲୋକ କଳା,ଲୋକ ସଙ୍ଗୀତ, ଲୋକନୃତ୍ୟ ଯାହା ଅଛି ଲୁପ୍ତ ପ୍ରାୟ।ଏହି ଲୋକ କଳା କୁ ବିଶ୍ଵଦରବାର ରେ ପହଞ୍ଚାଇବା ପାଇଁ ବେଙ୍ଗଲୋର ଓଡ଼ିଆ ସାହିତ୍ୟ ସମ୍ମାନ ଏକ ବିଶ୍ବସ୍ତରୀୟ ଲୋକୋକଳା ମହୋତ୍ସବ ଆୟୋଜନ କରିଥିଲେ ୭ ଓ ୮ ତାରିଖରେ ରଣପା,ଯୋଡିସଂଖ,ବାଘ ନାଚ,ଘୋଡ଼ା ନାଚ,କନା ବାଡି, ମାଦଳି,ଘଣ୍ଟ ମୂର୍ଦଂଗ, ଦାସକାଠିଆ ପରି ଅନେକ ଲୋକ ନୃତ୍ୟ କୁ ସ୍ଥାନ ଦେଇଥିଲେ।ହିଞ୍ଜିଳକାଟୁ ନୃତ୍ୟମ୍ ଦ୍ଵାରା ପ୍ରସ୍ତୁତ ଦାସକାଠିଆ ଗୁରୁ ଶ୍ରୀ ରାଧେଶ୍ୟାମ ସାହୁ ଶର୍ମା ଏବଂ ସାଥି ଶିଶିର କୁମାର ସାହୁ ଦାସକାଠିଆ ରେ ସମସ୍ତକୁ ମନମୁଗ୍ଧର କରିପାରିଥିଲେ।ଏହି ନୃତ୍ୟମ୍ କୁ ପ୍ରଥମ ଥର ପାଇଁ ଦେଶ ଓ ଦେଶ ବାହାରେ ଲୋକୋମାନେ ଏହି ନୃତ୍ୟ ଦେଖିବାକୁ ପାଇଥିଲେ। ଗୁରୁ ରାଧେ ଶ୍ୟାମ ବୟସ ର ଚରମ ସୀମା ରେ ଥିଲେ ମଧ୍ୟ ତାଙ୍କ ନୃତ୍ୟ ର ଯାଦୁ ପାଇଁ ଅତିଥି ବୃନ୍ଦଙ୍କୁ ବେଶ୍ ପ୍ରଭାବିତ କରିପାରିଥିଲେ।ଏହି ମହୋତ୍ସବର ମୁଖ୍ୟ ଦାୟିତ୍ଵ ଭାବେ ତାପସ ରାଜ ସାର ଏବଂ ଓମ୍ ସାର୍ ଗ୍ରହଣ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଆଦି ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ,ଡଃ. ସୂର୍ଯ୍ୟ ନାରାୟଣ ପାତ୍ର,କୁନା ତ୍ରିପାଠୀ,ପ୍ରଶାନ୍ତ ନନ୍ଦ, ଶ୍ରୀତମ ଦାସ, ଜ୍ଞାନ ଉତ୍ତ ଭଳି ପ୍ରମୁଖ ବ୍ୟକ୍ତିତୂ ମାନେ ବିରାଜମାନ ହୋଇଥିଲେ। କଳାକାର ଙ୍କ ପ୍ରେରଣ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।ଏହି ପରି ଲୋକ ମାନଙ୍କୁ ବହୁ ମାତ୍ର ରେ ପ୍ରଶଂସା କରିବା ସହିତ ପ୍ରଥମ ଥର ପାଇଁ ହିଞ୍ଜିଳିକାଟୁ ର ଦାସକାଠିଆ ଲୋକୋକଳ ବିଶ୍ବସ୍ତରୀୟ ମହୋତ୍ସବ ସାମିଲ୍ ହୋଇପାରିଛି। ଯାହା ପାଇଁ ଅଞ୍ଚଳ ବାସି ବେଶ୍ ଗର୍ବ ଓ ଗୌରବ ଅନୁଭବ କରୁଛନ୍ତି। ନୃତ୍ୟମ୍ ଅନୁଷ୍ଠାନ ର ନିର୍ଦ୍ଦେଶକ ଙ୍କ ତତ୍ତ୍ଵବର୍ଦ୍ଧନ ରେ ଆଜି ନୃତ୍ୟମ୍ ତରଫରୁ ହିଞ୍ଜିଳି କାଟୁର ଦାସକାଠିଆ ବିଶ୍ଵସ୍ତର ରେ ପହଞ୍ଚି ପାରିଛି।ଏହି ପରି ସୁଯୋଗ ପାଇଥିବା ହେତୁ ବେଙ୍ଗଲୋର୍ ଓଡ଼ିଆ ସମାଜ କୁ ନିର୍ଦ୍ଦେଶକ ଡ଼ିକେ ଓ ନୃତ୍ୟମ୍ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here