ସତାୟୁ କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟ ର କୋଠା ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ; ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି କା ସ୍ବାର୍ଥରେ

0
361

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଶ୍ରୀ କ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ର କୋଠା ଆଜି ଯୋରାଜିର୍ନ ଅବସ୍ଥା ରେ ଦେଖିବାକୁ ମିଳିଛି। ଏହି ମହାବିଦ୍ୟାଳୟ ହେଉଛି ଓଡ଼ିଶାର ଦ୍ବିତୀୟ ପୂରାତନ ମହାବିଦ୍ୟାଳୟ। ଏହା ପାରଳାଖେମୁଣ୍ଡି ମହାରାଜାଙ୍କ ଅମଳରୁ ଓଡ଼ିଶାରେ ଦ୍ବିତୀୟ ପୂରାତନ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟ ର ରଚିତ ଇତିହାସ ଲିପିବଦ୍ଧ ହୋଇ ରହିଛି ଯେଉଁ ମହାବିଦ୍ୟାଳୟ ର କୋଠା ୧୯୧୩ ମସିହା ରେ ପ୍ରତିଷ୍ଠିତ ହୋଇଥିବା ବେଳେ ଯାହା କି ମହାବିଦ୍ୟାଳୟ ର କାନ୍ଥର ପଞ୍ଜିକୃତ ହୋଇଯାଇଥିବା ଲୀପିରୁ ଜାଣିବାକୁ ମିଳିଛି। ଏହି ମହାବିଦ୍ୟାଳୟ ର ଓଡ଼ିଶାରୁ କୁହାଯାଉ କି ଓଡ଼ିଆ ବାହାରୁ ମଧ୍ୟ ସତାଧିକ ଛାତ୍ର ଛାତ୍ରୀ ମାନେ ଆସି ଏଠାରେ ବିଦ୍ୟା ଅର୍ଜନ କରି ସାରା ଦେଶରେ ମହାବିଦ୍ୟାଳୟ ମାନ ରଖି ଆଜିର ସମାଜରେ ନିଜ ନିଜର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି । ଯାହା କି ସେମାନଙ୍କ ଆର୍ଥିକ ସହାୟତା ରାଶିରେ ଏହି ମହାବିଦ୍ୟାଳୟ ର ଅଧ୍ୟୟନ କରିଥିବା ଏହି ମହାବିଦ୍ୟାଳୟ ର ପୂରାତନ ଛାତ୍ର ସଂସଦ ପକ୍ଷରୁ ସେମାନଙ୍କ ନିଜର ହାତ ପାଣ୍ଠି ରାଶି ଆଦାୟ ରେ ଗୋଟିଏ ପୂରାତନ ଛାତ୍ର ସଂସଦ ଅତିଥି ଭବନ ପ୍ରତିଷ୍ଠା ୧୯୯୬-୯୭ମାସିହା ସେଣ୍ଟିନେରି ଉସ୍ଛବ ପାଳନ କରାଯାଇଥିଲା। ସେହି ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କରକୋମଳରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପରି ସତାୟୁ ମହାବିଦ୍ୟାଳୟ କୁ ସାଧାରଣ ଲୋକେ ଦେଖି ବହୁତ ବର୍ତମାନ ସମୟରେ ନାପସନ୍ଦ କରୁଥିବା ସହିତ ନିନ୍ଦା ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ସତାୟୁ ମହାବିଦ୍ୟାଳୟ କୋଠାଟି ବର୍ତମାନ ଯୋରାଜିର୍ନ ହୋଇ ରହିଥିବା ଅବସ୍ଥା ଅନୁଭବ କରାଯାଉଛି । ସେଥିରେ ରହିଥିବା ସେହି ମହାବିଦ୍ୟାଳୟ ର କୋଠା ବିଭିନ୍ନ ପ୍ରକାର ର ଗଛ ଉଠିଥିବା ବେଳେ, ଯାହା କି ଉସ୍ତ ଗଛ ଗୁଡ଼ିକୁ ସମସ୍ତ କୋଠା ରେ ମାଡି ଯାଇଥିବା ବେଳେ ଏହି ଗଛର ପ୍ରାଦୁର୍ଭାବ ବଢ଼ିବା ଯୋଗୁଁ ଏହି କୋଠା ଟି କେଉଁ ସମୟରେ ଭୂସୁଳି ପଡିବାର ଅସମ୍ଭବ ନୁହେଁ। ତେଣୁ ଏହି ମହାବିଦ୍ୟାଳୟ ର ଅବସ୍ଥା ଯୋରାଜିର୍ନ ସଦୃଶ୍ୟ ହୋଇ ଜାଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ପାରଳାଖେମୁଣ୍ଡି ସହର ମଧ୍ୟରେ ଶ୍ରୀ କ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ର ରକ୍ଷଣ ବେକ୍ଷଣ ପାଇଁ ପ୍ରଚୁର ଅର୍ଥ ବିନିଯୋଗ ହୋଇଥିବା ଖେତ୍ରରେ ଏହି କୋଠା ନିମନ୍ତେ ଓଡ଼ିଶା ସରକାର ଙ୍କ ପକ୍ଷରୁ ଗଜପତି ଜିଲ୍ଲା କୋଠା ବାଡି ବିଭାଗ ପକ୍ଷରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ୟୁଜିସି ପକ୍ଷରୁ ରୁଷା ଫାଣ୍ଡ ଓ ଅନ୍ୟାନ୍ୟ ବାବଦରେ ମଧ୍ୟ ଲକ୍ଷାଧିକ ଟଙ୍କାର ରକ୍ଷଣାବେକ୍ଷଣ ଯାହା କି କାଗଜ ପତ୍ର ସଦୃଶ୍ୟ ବୋଲି ସାଧାରଣରେ ଲୋକଙ୍କ ପାଖରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ମହାବିଦ୍ୟାଳୟ କୋଠା ର ରକ୍ଷଣାବେକ୍ଷଣ ନିମନ୍ତେ ଯାହା ବିନିଯୋଗ କରାଯାଇଛି ସେହି ଅର୍ଥରେ ଆଉରି ଏହି ପ୍ରକାର କେତେ କୋଠା ହୋଇ ଥାନ୍ତା ତାହାର ସୀମା ନାହିଁ। ବହୁତ ବୋଡ ଦୁଃଖ ଓ ପରିତାପର ବିଷୟ ଏହି ମହାବିଦ୍ୟାଳୟ ର କୋଠା ରେବର୍ଷ ବର୍ଷ ହେବ ଉସ୍ତ ଗଛ ବଢି ଗଲାଣି। ଯାହା ଫଳରେ ଏହି ଐତିହାସିକ କୋଠା ଆସନ୍ତା ଦିନରେ କୋଠା ଟି ଫାଟି ଧୁଳିସାତ ହୋଇ ଯିବାର ସମ୍ଭାବନା। ଏଥିପାଇଁ କିଏ ଦାୟୀ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଇଛି? ତେଣୁ ଏହି ଅଞ୍ଚଳ ର ତଥା ପାରଳାଖେମୁଣ୍ଡି ସହର ର ବୁଧୀଜିବୀ ମହଲରେ କୁହାଯାଉ କିମ୍ବା ମହାବିଦ୍ୟାଳୟ ର ପୂରାତନ ଛାତ୍ର ସଂସଦ ର ସାଧାରଣ ସଭ୍ୟ ମାନଙ୍କ ନିକଟରୁ ସୁଣିବାକୁ ମିଳିଛି ଏହି ମହାବିଦ୍ୟାଳୟ କୁ ଭାରତ ସରକାରଙ୍କ ପକ୍ଷରୁ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଯାହା ଅନୁଦାନ ଆସୁଛି କ’ଣ ଖର୍ଚ୍ଚ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ରହିଛି ବୋଲି ସୁଣିବାକୁ ମିଳିଛି। ଅପରପକ୍ଷରେ ଏହି ମହାବିଦ୍ୟାଳୟ ର ଖର୍ଚ୍ଚ ଉପରେ ଆଧାରିତ କରି କିଛି ବ୍ୟକ୍ତି ସରକାର ଙ୍କ ସୂଚନା ଆଇନ୍ ଦ୍ବାରା ଆବେଦନ କରିଥିଲେ ମଧ୍ୟ ସଠିକ ତଥ୍ୟ ଦେବାକୁ ସାମର୍ଥ୍ୟ ହୋଇ ପାରୁ ନଥିବା ସୂଚନା ମିଳିଛି। ଏଠାରେ କିଛି ଅଧ୍ୟାପକ ଭାବରେ ଅଛନ୍ତି ସେମାନେ ଚାକିରି ଆରମ୍ଭ ରୁ ଏହି ମହାବିଦ୍ୟାଳୟ ରେ ହିଁ ଅବସର ନେବେ ଯେମିତି ସତାୟୁ କୋଠାରେ ଉସ୍ତ ଗଛ ସଦୃଶ୍ୟ ସେହିପରି ସମସ୍ତ ବିଷୟରେ ଆଧାର କରିବା ବେଳେ ଏହି ମହାବିଦ୍ୟାଳୟ ର ଖର୍ଚ୍ଚ ଉପରେ ପ୍ରକୃତରେ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ରହିଛି ବୋଲି ପୂରାତନ ଛାତ୍ର ସଂସଦ ର କିଛି ସଦସ୍ୟ ମାନେ ଅଭିଯୋଗ କରି ଆସୁଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here