ଆନ୍ତର୍ଜାତୀୟ ରେକର୍ଡ ଫେଷ୍ଟିଭାଲ୍ ୨୦୨୨ରେ ସମ୍ମାନିତ ହେଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା

0
262

ବ୍ରହ୍ମପୁର: ଦିଲ୍ଲୀ ସିରିଫର୍ଟ ଅଡିଟୋରିୟମ ରେ ସର୍ବ ବୃହତ ରେକର୍ଡଧାରୀମାନଙ୍କ ମହୋତ୍ସବ ଅର୍ଥାତ୍ ଆନ୍ତର୍ଜାତୀୟ ରେକର୍ଡ ଫେଷ୍ଟିଭାଲ୍, 2022 ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଦ୍ୱାରା ଆୟୋଜିତ ହେଉଛି | ଏହି କାର୍ଯ୍ୟକ୍ରମରେ ନେପାଳ, ବାଂଲାଦେଶ, ଭିଏତନାମ, ଇଣ୍ଡୋନେସିଆ, ଗ୍ରେଟ ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ସମେତ 7 ଟି ଦେଶର ପ୍ରତିନିଧୀଙ୍କ ଉପସ୍ଥିତିରେ 2500 ରୁ ଅଧିକ ଦର୍ଶକଙ୍କ ଉପସ୍ଥିତି ରହିଥିଲେ

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଘୋଷଣା କରିବାକୁ ଗର୍ବିତ ଯେ ଶ୍ରେଷ୍ଠ 100 ରେକର୍ଡଧାରୀଙ୍କ ମଧ୍ୟରୁ ଓଡ଼ିଶା ରୁ ଏକ ମାତ୍ର ରେକର୍ଡସ୍ ଧାରି ଭାବେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଙ୍କୁ ସମ୍ମାନିତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ୧୪ ଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା ଏହି ଆନ୍ତର୍ଜାତୀୟ ପ୍ରଦର୍ଶନ ରେ ସତ୍ୟ ବାତମ୍ ରେ ତିଆରି ସୋରଡ଼ା ର ମା କନ୍ଧୁଣୀ ଦେବୀ ଙ୍କ ପ୍ରତିମୂର୍ତ୍ତି, କାଠ ରେ ତିଆରି ୧୨ଦେବଦେବୀ, ବିଶ୍ଵର ସର୍ବ କ୍ଷୁଦ୍ର ତମ ରଥ, ମା ବୁଢ଼ୀ ଠାକୁରାଣୀ, ଜଗନ୍ନାଥ ଙ୍କ ମୂର୍ତ୍ତି,୧mm ତିରଙ୍ଗା, ଆଇସକ୍ରିମ କଠୀ ରେ ତିଆରି ଗଣେଶ ଅନେକ କଳାକୃତି ପ୍ରଦର୍ଶନକରିଥିଲେ। ଏହି କାର୍ଯ୍ୟକ୍ରମ ହଂସ ରଜ ହଂସ ସାଂସଦ, ଉତ୍ତରାଖଣ୍ଡ ର ପୂର୍ବ ତମ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱେ ଓ ଇଣ୍ଡିଆବୁକ୍ ଅଫ ରେକର୍ଡ ରେ ମୁଖ୍ୟ ଡ଼ା ବିଶ୍ଵରୂପ ରୟେ ଚୌଧୁରୀ ସତ୍ୟଙ୍କ କଳାକୃତି ପାଖକୁ ଆସି ଦେଖି ବହୁତ ଆନନ୍ଦିତ ହୋଇଥିଲେ । ଅନେକ ବେକ୍ତି ବିଶେଷ ଷ୍ଟଲ୍ କୁ ଆସି ସତ୍ୟ ଙ୍କ ସୂକ୍ଷ୍ମକଳା କୃତି ଦେଖିଥିଲେ

LEAVE A REPLY

Please enter your comment!
Please enter your name here