ସୁସ୍ଥ ହେବା ପରେ ବିଧାୟକଙ୍କ ଉମରକୋଟ ମୁନିସିପାଲିଟି ଅଂଚଳ ଗସ୍ତ

0
493

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କରୋନାରୁ ସୁସ୍ଥ ହେବା ପରେ ଉମରକୋଟ ମୁନିସିପାଲିଟିର ବିଭିନ୍ନ ୱାର୍ଡ ଗସ୍ତ କରିଥିଲେ । ଏଥି ମଧ୍ୟରେ ୱାର୍ଡ଼ ନଂ- ୮ରେ ସୂର୍ଯ୍ୟ ହରିଜନ ନାମକ ମହିଳା ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କର ଛୋଟ ଛୋଟ ତିନୋଟି ଛୁଆକୁ ଧରି ଅତି କଷ୍ଟରେ ରହୁଥିବା ଜାଣିପାରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ରାସନ ସାମଗ୍ରୀ ଯୋଗାଇଦେବା ସହ ପ୍ରଧାନମନ୍ତ୍ରୀ ଆବାସ କିପରି ମିଳିପାରିବ ସେଥିପାଇଁ କଥାବାର୍ତ୍ତା ହୋଇଥିଲେ । ବର୍ତମାନ ପରିସ୍ଥିତି ପାଇଁ ପାଲର ବ୍ୟବସ୍ଥା କରାଯାଇଥିଲା । ସେହିପରି କରୋନାର ଶିକାର ହୋଇଥିବା ସନ୍ତୋଷ ମହାରଣାଙ୍କ ଘରକୁ ଗସ୍ତ କରି ତାଙ୍କ ପରିବାରକୁ ଆଶ୍ୱାସନା ଦେବା ସହ ଅନୁଷଙ୍ଗିକ ସହଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ । ଏହା ପରେ ଉମରକୋଟ ମୁନିସିପାଲିଟି କାର୍ଯ୍ୟାଳୟକୁ ଗସ୍ତ କରି ପ୍ରତ୍ୟେକ ୱାର୍ଡର ବିଭିନ୍ନ ସମସ୍ୟା ବିଷୟରେ କାର୍ଯ୍ୟନିର୍ବାହୀ ଅଧୁକାରୀ ରାମଚନ୍ଦ୍ର ମାଝିଙ୍କ ସହ ଆଲୋଚନା କରିଥିଲେ । କରୋନା ପିଜିତ ପରିବାରଗୁଡିକର ଥଇଥାନ ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ୱାର୍ଡରେ ପାନୀୟ ଜଳ ବ୍ୟବସ୍ଥାର ସୁବିଧା ଓ ଆଗକୁ ବର୍ଷା ଦିନ ଆସୁଥିବାରୁ ଟ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ କହିଥିଲେ । ଏହି ଗସ୍ତ ସମୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ , ନଗର ସଭାପତି ସୁରେଶ ଆଚାର୍ଯ୍ୟ , ଯୁବମୋର୍ଚ୍ଚା ସଭାପତି ଆଶିଷ ରାଓ , ସାଧାରଣ ସଂପାଦକ ବିନୟ ପଟ୍ଟନାୟକ , ବାଦଲ ପଟ୍ଟନାୟକ , ଅମିତ ହାଲଦାର , ମିଲୁ ପଣ୍ଡା , ଲାଲା ସାହୁ , ସତ୍ୟ ବେହେରା ପ୍ରମୁଖ ବିଧାୟକଙ୍କ ସହ ଥିଲେ

ରିପୋର୍ଟ୍- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here