ଶ୍ରଦ୍ଧାର ଦ୍ୱିତୀୟ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

0
270

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସାନ ଉସ୍ତାପଡା ପଞ୍ଚାୟତ ଲଛିପୁର ଗ୍ରାମର ବନବାସ ପୋଲାଈ ଓ ପ୍ରଭାସିନୀ ସାହୁ ଏକ ମାତ୍ର କନ୍ୟା ଶ୍ରଦ୍ଧାର ଦ୍ଵିତୀୟ ଜନ୍ମଦିନ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆମ ଓଡିଶା ଓ ବ୍ଲଡ଼ ଆର୍ମି ଗଞ୍ଜାମ ଆୟୋଜନ କରିଥିବା ବେଳେ ଏହି ଶିବିରକୁ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଶ୍ରୀ ଦଣ୍ଡପାଣି ମହାପାତ୍ର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆମ ଓଡିଶା ସଂଯୋଜକ ବସନ୍ତ କୁମାର ପଣ୍ଡା, ସ୍ବେଛାସେବୀ ତଥା ଶିକ୍ଷକ ଗୌରହରି ପୋଲାଈ, ବ୍ଲଡ଼ ଆର୍ମି, ଗଞ୍ଜାମ ପ୍ରତିଷ୍ଠାତା ଶିବରାମ ପାତ୍ର, ସମାଜସେବୀ ନୀଳ ଭାଉଳ, ଜଗବନ୍ଧୁ ସାହୁ, ବିଶ୍ଵାମିତ୍ର ତ୍ରିପାଠୀ, ଗୋପବନ୍ଧୁ ଆଚାରୀ, ହୀନ ପ୍ରଧାନ, ବ୍ରହ୍ମାନନ୍ଦ ରାଉତ, ଛଇଲ ପୋଲାଈ, ହରି ପଣ୍ଡା, କୈଳାସ ପଣ୍ଡା, ଗଣପତି ସାହୁ, ସନ୍ତୋଷ ସ୍ୱାଇଁ, ଶିବରାମ ପୋଲାଈ, ସନ୍ତୋଷ ପୋଲାଈ, ସୁଶାନ୍ତ ପୋଲାଈ, କୃଷ୍ଣ ଗୌଡ଼, ଅଜିତ ବିଷୋୟୀ, ନାରାୟଣ ଗୌଡ଼, ଆଲୋକ ପଣ୍ଡା, ବାବୁ ପୋଲାଈ, ସାଜିବ ପୋଲାଈ, ସୁଜିତ ପଣ୍ଡା, କାର୍ତ୍ତିକ ବେହେରା, ଟୁନା ପୋଲାଈ, ସୁଶାନ୍ତ ପୋଲାଈ, ତୋଫାନ ପୋଲାଈ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୋଟ ୫୧ ଜଣ ରକ୍ତ ଦାନ କରିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିବା ବେଳେ ଲଛିପୁର ଗ୍ରାମବାସୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here