ମାନ୍ୟବର ବାଚସ୍ପତିଙ୍କ ଦ୍ଵାରା ଓଡିଶା ବିଧାନସଭା ର ନିଜ ପ୍ରକୋଷ୍ଠରେ ଛେଳିଗଡ ଯୋଜନା ବିଷୟରେ ବୈଠକ

0
280

ଭୁବନେଶ୍ୱର: ଗଞ୍ଜାମ ଓ ଗଜପତି ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ଛେଳିଗଡ ଯୋଜନା ଉପରେ ଡଃ ସୂର୍ଯ୍ୟ ନାରାୟଣ ପାତ୍ର ମାନ୍ୟବର ବାଚସ୍ପତି, ଓଡିଶା ବିଧାନସଭା ନିଜ ପ୍ରକୋଷ୍ଠରେ ବୈଠକ ଡ଼ାକିଥିଲେ । ଏହି ବୈଠକରେ ଜଳସମ୍ପଦ ବିଭାଗର ଓ ଓଡିଶା ନିର୍ମାଣ ନିଗମର ଅଧିକାରୀମାନେ ଓ ହାଇଦ୍ରାବାଦର ଏକ କମ୍ପାନୀ, ଯଥା; ଶ୍ରୀ ଅଶ୍ଵିନୀ କୁମାର ମହାନ୍ତି, ମୁଖ୍ୟ ଇଞ୍ଜିନିୟର ଏବଂ ବେସିନ ମ୍ୟାନେଜର, ଆରବିଭିଏନ ବେସିନ, ବ୍ରହ୍ମପୁର, ଶ୍ରୀ ବିଭୁତି ଭୂଷଣ ଦାଶ, ପରିଚାଳନା ନିର୍ଦ୍ଦେଶକ, ଓଡିଶା ନିର୍ମାଣ ନିଗମ, ଶ୍ରୀ ପ୍ରଦୀପ କୁମାର ପାଢୀ, ସହକାରୀ ସାଧାରଣ ପରିଚାଳକ, ଓଡିଶା ନିର୍ମାଣ ନିଗମ, ଶ୍ରୀ ନଗେନ୍ଦ୍ର ନାଥ ମହାରଣା, ଅଧିକ୍ଷକ ଇଞ୍ଜିନିୟର, ଛେଳିଗଡ ମୁଖ୍ୟ କାର୍ଯ୍ୟ ବିଭାଜନ, ଶ୍ରୀ ରାଜୀବ କୁମାର ପଣ୍ଡିତ, ଅଧିକ୍ଷକ ଇଞ୍ଜିନିୟର, ଛେଳିଗଡ କେନାଲ ବିଭାଜନ, ଦିଗପହଣ୍ଡି, ଶ୍ରୀ ସଦାନନ୍ଦ ବେହେରା, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଛେଳିଗଡ କେନାଲ ବିଭାଜନ ଏବଂ ଆର ରଘୁନଦ୍ଧ, ସାରଦା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଯୋଗ ଦେଇଥିଲେ ।
ଏହି ବୈଠକରେ ଛେଳିଗଡ ଯୋଜନାରେ ଯେଉଁ ଗାଁ ଗୁଡିକ ଗଜପତି ଜିଲ୍ଲାର ବୁଡି ଅଞ୍ଚଳରୁ ପୁନଃଥଇଥାନ ହେବ ସେମାନଙ୍କୁ ଗଞ୍ଜାମ ଜିଲ୍ଲାର ଗଡସାମନ୍ତରାପୁର, ବାବୁଲିବନ୍ଧ, ବାଲିପାଟ ଓ ସହଦେବ ଟିକରପଡା ନିକଟସ୍ଥ ଚାକୁଣ୍ଡାପଲ୍ଲୀ ଠାରେ ପୁନଃଥଇଥାନ ଓ କେନ୍ଦ୍ର ସରକାରଙ୍କ ପୁନର୍ବାସ(Rehabilitation) ବ୍ୟବସ୍ତାରେ ଦିଆଯାଉଥିବା ଜମି, ଘର ଓ ଅନ୍ୟାନ୍ୟ ସୁବିଧା କିପରି ଯୋଗାଇ ଦିଆଯାବ ସେହି ବିଷୟରେ ଆଲୋଚନା କରିଥିଲେ ।
ସରକାରୀ କଳ ଅନୁସାରେ ଯୋଜନାଟି କାର୍ଯ୍ୟକାରୀରେ ପ୍ରାୟ 7 କ୍ୟୁମେକ ପାଣି ଘୋଡାହାଡରେ ଆସି ପଡିବ ଏବଂ ଘୋଡାହାଡରୁ ଦିଗପହଣ୍ଡି ବ୍ଲକର ଯେଉଁ ଅଞ୍ଚଳରେ ଜଳସେଚନ ହେଇପାରୁନାହିଁ, ଯେଉଁ ପଞ୍ଚାୟତ ଅଣଜଳସେଚନ ହୋଇରହିଛି ସେଠାକୁ ମେଗା ଲିପ୍ଟରେ ଜଳ ଯୋଗାଇ ଦେବା ଏବଂ ଖମାରିଗାଁ ଉପର ମୁଣ୍ଡରେ ଥିବା ବିଭିନ୍ନ ଅଣସେଚିତ ଅଞ୍ଚଳ ଜଳସେଚନ କରିବା ପାଇଁ ବ୍ୟବସ୍ତା କରାଯାଉଛି ।
ରାମନଦୀ କେନାଲ ଯ ରହିଛି ତାର ଉପର ମୁଣ୍ଡରେ ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ରାମନଦୀର ଜଳକୁ ଏବଂ ସଂରକ୍ଷଣ (ରିଜଭର)କରି ସେହି ଜଳକୁ ମଧ୍ୟ ରାମନଦୀ କେନାଲ ଜରିଆରେ ଅଣସେଚିତ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳର ଜଳସେଚିତ କରିବା ପାଇଁ ଯୋଜନା କରାଯାଉଛି । ବର୍ତ୍ତମାନ ତପ୍ତପାଣି ନାଳ ଓ ରାଉତରା ନାଳର ପାଣିକୁ ମଧ୍ୟ ସଦୁପଯୋଗ କରାଯିବ । ତାହା ବ୍ୟତୀତ ଖମାରିଗାଁ ନିକଟସ୍ଥ ପର୍ବତ ଉପରେ ଚାରୋଟି ଜାଗା ଯଥା; i) ମହୁଲିଆ ଘାଇ, ବୁରୁବନ୍ଧ, ii) ଗୁଣ୍ଡୁରିଗୁଡା ଘାଇ, ଗୁଣ୍ଡୁରିଗୁଡା, iii) କରଞ୍ଜ ନାଳ, ବାଲିଘାଇ, iv) ସମରଖାଳି ବନ୍ଧ, ଗୋଲୁଣ୍ଡା ଠାରେ ସର୍ବେ କରି ସେହି ଜଳକୁ ଏବଂ ଘୋଡାହାଡର ଡାହାଣ କେନାଲର ଉପର ମୁଣ୍ଡରେ ଅଣସେଚିତ ଜମିକୁ ଜଳ ଯୋଗାଇବା ପାଇଁ ଅର୍ଜୁନ ନାଳର ମଧ୍ୟ କାର୍ଯ୍ୟକାରୀ କରାଯାଉଛି, ଯା ଦ୍ଵାରା ଡାହାଣ କେନାଲର ଉପର ମୁଣ୍ଡରେ ଥିବା ପେଣ୍ଡୁରାବାଡି, ଘନସିଙ୍ଗ, ଦାମଦୋରପୁର, ଚକାତେନ୍ତୁଳି ଇତ୍ୟାଦି ଗ୍ରାମକୁ ଜଳସେଚିତ କରିବାର ବ୍ୟବସ୍ତା କରାଯାଉଛି ।
ଛେଳିଗଡ ପ୍ରକଳ୍ପ ବଂଶଧାରା ବେସିନର ଜଳକୁ ପର୍ବତ ଭିତରେ ଏକ ବିରାଟ ଟନେଲ ୧୪୫୦ ମିଟର ଲମ୍ବ ତିଆରକରି ଛେଳିଗଡ ଡ୍ୟାମରୁ ପାଣି ଆଣି ଘୋଡାହାଡରେ ପଡିବ । ବର୍ତ୍ତମାନ ଟନେଲ କାର୍ଯ୍ୟ ଆରମ୍ଭ ହୋଇ ପ୍ରାୟ ୧୦୦ ମିଟର (୫୦୦ ଫୁଟ) କାମ ସରିଗଲାଣି । ୬ ମାସ ମଧ୍ୟରେ ଟନେଲ କାମ ସରିଯିବ । ଏଥିରେ ପ୍ରାୟ ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ ଏବଂ ଏହି କାର୍ଯ୍ୟଟି ହାଇଦ୍ରାବାଦର ଏକ ବିରାଟ କମ୍ପାନୀ ଏହି କାର୍ଯ୍ୟ ଆରମ୍ଭ କରୁଛି ।
ଛେଳିଗଡ ଡ୍ୟାମ (ବନ୍ଧ)ଟି ସଂପୂର୍ଣ୍ଣ ଭାବେ ସିମେଣ୍ଟ ଡ୍ୟାମ ହେବ । ଏହି ଡ୍ୟାମଟି ଚଳିତ ବର୍ଷ ମାର୍ଚ୍ଚ ମାସ ସୁଧା ତାର ଟେଣ୍ଡର କାର୍ଯ୍ୟ ସରିବ ଏବଂ ଏକ ବର୍ଷ ମଧ୍ୟରେ ଉକ୍ତ ଡ୍ୟାମ କାର୍ଯ୍ୟ ସରିବ । ବର୍ତ୍ତମାନ ଜଳସମ୍ପଦ ବିଭାଗର ନୂଆଁ ନିୟମ ଅନୁସାରେ କେନାଲ ପରିବର୍ତ୍ତେ ମେଗା ଲିପ୍ଟରେ ଉଚ୍ଚ ଅଞ୍ଚଳକୁ ଜଳସେଚନ କରି ସେଠାରୁ କେନାଲରେ ଜଳସେଚନ କରାଯିବ
ଏହି କାର୍ଯ୍ୟର ତଦାରଖ କରିବା ନିମନ୍ତେ ଡଃ ସୂର୍ଯ୍ୟ ନାରାୟଣ ପାତ୍ର, ମାନ୍ୟବର ବାଚସ୍ପତି, ଓଡିଶା ବିଧାନସଭା ଏହି ମାସ ତା-୨୦/୦୨/୨୦୨୨ରିଖ ଉକ୍ତ ଅଞ୍ଚଳକୁ ଉକ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଗସ୍ତ କରିବେ ।

LEAVE A REPLY

Please enter your comment!
Please enter your name here