ଓ.ବି.ସି ସଂଘର କଲାହାଣ୍ଡି ଜିଲ୍ଲା ସଂପୂର୍ଣ୍ଣ ୧୨ ଘଣ୍ଟିଆ ବନ୍ଦ ଡାକରା

0
241

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ରେ ଜିଲ୍ଲା ପରିଷଦ ବ୍ଲକ ଚେୟାରମେନ ଓ ପଞ୍ଚାୟତ ସ୍ତରୀୟ ନିର୍ବାଚନ ମଣ୍ଡଳୀ ଗୁଡିକର ତାଳିକା ଚିଠା ପ୍ରକାଶ ପାଇଥିଲା । ଏହି ଚିଠା ତାଲିକାରେ ପଛୁଆ ବର୍ଗଙ୍କୁ ସମ୍ପୂର୍ଣ ଭାବେ ଅବହେଳା କରାଯାଇଥିବା ଓବିସି ମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଓଡିଶା ସରକାର କିମ୍ବା ଜିଲ୍ଲା ପ୍ରଶାସନ ପଛୁଆ ବର୍ଗ ଲୋକଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣକରି ମନମୁଖୀ ଶାସନ କରୁଛନ୍ତି ବୋଲି ଓବିସୀ ନେତା ମାନେ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷିରେ କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥ ବନ୍ଦ କରିଛନ୍ତି । ସେହି ପରି ଗୋଲାମୁଣ୍ଡା ମୁଖ୍ୟ ରାସ୍ତା ମଧ୍ୟ ବନ୍ଦ କରାଯାଇ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ ପାଳିତ ହେଉଥିବା ବେଳେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ୨୭ ପ୍ରତିଶତ ଗଲା କୁଆଡେ ବୋଲି ସରକାରଙ୍କୁ ପ୍ରଶ୍ନ କରୁଛନ୍ତି। ଓବିସି କହି କୌଣସି ସୁବିଧା ଦେଉନ ଥିବା ସରକାର ଙ୍କ ବିରୁଦ୍ଧରେ ତୀବ୍ର ଜନ ଆନ୍ଦୋଳନ ସହ କଲାହାଣ୍ଡି ଜିଲ୍ଲା ତେର ଗୋଟି ବ୍ଳକ ରେ ସଂପୂର୍ଣ୍ଣ ରୂପେ ଅଖ ଚକ ବନ୍ଦ କରିବା ସହ ସମସ୍ତ ଦୋକାନ ବଜାର , ଶିକ୍ଷା ଅନୁଷ୍ଠାନ ମଧ୍ୟ ପ୍ରଭାବିତ ହୋଇଛି ।

ରିପୋର୍ଟ:ଦୁଷ୍ମନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here