କନ୍ଧମାଳରେ ମାଆ ପାଟ୍ଟଖଣ୍ଡାଙ୍କ ପ୍ରସିଦ୍ଧ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ

0
187

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ରେ କୃଷି ଭିତ୍ତିକ ପ୍ରସିଦ୍ଧ କାନ୍ଦୁଲଭଜା ଯାତ୍ରା ଯଥା ରୀତିନୀତି ଅନୁଯାଇ ଆୟୋଜିତ ହୋଇଯାଇଛି l ଏହି ଅବସରରେ ବାଲିଗୁଡା ର ଆରାଧ୍ୟ୍ୟଦେବୀ ମା’ପାଟଖଣ୍ଡା ଓ ବରାଳଦେବୀ ଙ୍କ ମୁଖ୍ୟ ପର୍ବହେଉଛି କାନ୍ଦୁଲଭଜା ଯାତ୍ରା l ପଶ୍ଚିମ ଓଡିଶା ର ନୂଆଖାଇ ଭଳି ଏହି କାନ୍ଦୁଲ ଭଜା ଯାତ୍ରା ଗଣପର୍ବ ଭାବେ ବିଦିତ l ଏହି ପାରମ୍ପରିକ ଯାତ୍ରା ଫଗୁଣ ମାସରେ ହୋଇଥାଏ l ନୂଆ କାନ୍ଦୁଲ ଶିମ୍ବ, ମହୁଲ ଫୁଲ,ପଳାସ ଫୁଲ, ମୁଆଁ ଇତ୍ୟାଦି କୁ ମାଆ ପାଟ୍ଟଖଣ୍ଡା ଏବଂ ବରାଳ ଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା କରି ଲାଗି କଲାପରେ ପରିବାର ସମସ୍ତେ ସାମୁହିକ ପ୍ରସାଦ ସେବନ କରନ୍ତି l ମାନସିକଧାରୀ ଭକ୍ତ ଶ୍ରଦ୍ଧାଳୁ ବୋଦା କୁକୁଡ଼ା ବଳୀଦେବା ପ୍ରଥା ମଧ୍ୟ ରହିଛି l ଏହି ଯାତ୍ରା ବାଲିଗୁଡା ଉପଖଣ୍ଡର ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, କ.ନୂଆଗାଁ, ଦାରିଙ୍ଗବାଡି ଭଳି ବିଭିନ୍ନ ଗାଁ ରେ ପାଳିତ ହେଉଅଛି l ମାଆ ପାଟ୍ଟଖଣ୍ଡା ଙ୍କୁ ପୂର୍ବେ ଆଦିବାସୀ ସମ୍ପ୍ରଦାୟର ଲୋକେ ପୂଜାର୍ଚ୍ଚନା କରିଆସୁଥିବା ବେଳେ କାଳକ୍ରମେ କ୍ଷତ୍ରିୟ, ପାଇକ, ଖଣ୍ଡାୟତ, ବଂଶଧର ମାଆ ଙ୍କୁ ପୂଜାର୍ଚନା କରି ଆସୁଛନ୍ତି l ପରମ୍ପରା ଅନୁଯାୟୀ ମାଆ ପାଟ୍ଟଖଣ୍ଡା ଙ୍କ ପ୍ରତୀକ ଟାମୁକ ଓ ଖଣ୍ଡା ରଜାପାତ୍ର ଙ୍କ ଘରୁ ବାହାରିବା ପରେ ସମସ୍ତ ଶ୍ରଦ୍ଧାଳୁ ନିର୍ଜଳା ଉପବାସ ରହି ନୂଆବସ୍ତ୍ର ପରିଧାନ କରି ମାଆ ପାଟ୍ଟଖଣ୍ଡା ଏବଂ ବରାଳ ଦେବୀ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରି ନୂଆଖାଇ ଥିଲେ l ଏହି କୃଷି ଭିତ୍ତିକ କାନ୍ଦୁଲ ଭଜା ପର୍ବ କେଉଁ ଆବାହନ କାଳରୁ ଅଦ୍ୟାବଧି ରହି ଜାକ ଜକମ ରେ ପାଳିତ ହୋଇ ଆସୁଛି l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here