ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

0
797

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଶୁକ୍ରବାର ଦିନ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଶିଷ୍ୟା। ଏହା ପୂର୍ବରୁ ଗୁରୁଦିବସ ଦିନ ଅନ୍ୟ ଜଣେ ଶିଷ୍ୟା ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିଯୋଗ ଉଲ୍ଲେଖ କରିଥିଲେ । ଏହାସହ ଶାଶ୍ୱତ ଗୁରୁ ହେବାର ଯୋଗ୍ୟ ନୁହନ୍ତି ବୋଲି ମଧ୍ୟ ସେ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ଝିଅମାନଙ୍କର ଚରିତ୍ରକୁ ନେଇ ସେ ଗାଳିଗୁଳଜ କରିଥାନ୍ତି। ସେ ଯେମିତି ଦେଖାଯାଆନ୍ତି, ପ୍ରକୃତପକ୍ଷେ ସେମିତି ନୁହନ୍ତି। ଅଭିଯୋଗରେ ସେ କହିଛନ୍ତି, ଗୁରୁ ଶ୍ରୀ ଯୋଶୀ ଯୌନ ନିର୍ଯାତନା ଦେଇଥାନ୍ତି । ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥାନ୍ତି । କ୍ୟାରିୟର ଭୟରେ ଝିଅମାନେ ମୁହଁ ଖୋଲି ନଥାନ୍ତି ।
ଅନ୍ୟପକ୍ଷରେ ଶାଶ୍ୱତଙ୍କ କେତେଜଣ ଛାତ୍ରୀଛାତ୍ର ତାଙ୍କ ସମର୍ଥନରେ ମଧ୍ୟ କହିଛନ୍ତି। ଅଭିଯୋଗକୁ ନେଇ ଶାଶ୍ୱତ ଯୋଶୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଯେଉଁ ଶିଷ୍ୟ/ଶିଷ୍ୟାମାନେ ମୋ ସହିତ ଥିଲେ, ସେମାନେ ଅଛନ୍ତି। ସୋସିଆଲ ମିଡିଆରେ ମୋ ନାଁରେ ଅପପ୍ରଚାର ହେଉଛି। ମୋ ନାଁରେ ମିଥ୍ୟା ଅଭିଯୋଗ ଅଣାଯାଇଛି। ଗତ ଜୁଲାଇରେ ତାଙ୍କର ଆମେରିକାରେ ଦେଢ଼ମାସର କାର୍ଯ୍ୟକ୍ରମ ଥିଲା। ସେ ପୁରୁଣା ପିଲାଙ୍କୁ ନ ନେଇ କେତେଜଣ ନୂଆ ପିଲାଙ୍କୁ ସେଠାକୁ ନେଇଥିଲେ। ଫଳରେ ପୁରୁଣା ପିଲା କ୍ରୋଧାନ୍ବିତ ହୋଇ ଏଭଳି ମିଥ୍ୟା ଅଭିଯୋଗ ଆଣି ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି। ଗୁରୁ ଶାଶ୍ୱତ ସେମାନଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଯେଉଁମାନେ ଗୁରୁଙ୍କୁ ନିନ୍ଦା କରୁଛନ୍ତି, ତାଙ୍କୁ ମୋର କିଛି କହିବାର ନାହିଁ। ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି, ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here