ଦୁଇ ପୁତ୍ରଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା

0
788

ମାଲକାନଗିରି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଥାନା ଅନ୍ତର୍ଗତ ତେଲେରାଇ ଆଦିବାସୀ ଗାଁରେ ନିଜ ଦୁଇ ଛୁଆ କୁ ବିଷ ଦେଇ ନିଜେ ମା ଆତ୍ମହତ୍ୟା ଉଦ୍ୟମ କରିଛି । ମୂକେ ପଡିଆମି ନାମକ ଜଣେ ୩୨ବର୍ଷ ବୟସର ବିଧବା ମହିଳା ଦୁଇ ଛୁଆଙ୍କୁ ବିଷ ପିଆଇବା ସହ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୂକେ ପଡିଆମି ତାଙ୍କ ଦୁଇ ପୁଅ-ଆଠ ବର୍ଷ ବୟସର ଦେବେନ୍ଦ୍ର ପଡିଆମି ଓ ଛଅ ବର୍ଷ ବୟସର ମୁନା ପଡିଆମିଙ୍କୁ ପେପ୍ସୀ ମୃଦୁପାନୀୟରେ ବିଷ ମିଶାଇ ପିଆଇବା ପରେ ନିଜେ ଦେଶୀ ମହୁଲି ମଦରେ ବିଷ ମିଶାଇ ପିଇଦେଇଥିଲେ । ଘଟଣାରେ ମା ଓ ଗୋଟିଏ ପୁଅର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ପୁଅକୁ ପୁଅ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେଲେରାଇରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here