ରାଜ୍ୟ ସରକାରଙ୍କ ତରଫରୁ ହେଲ୍ପ ଲାଇନ୍ ନମ୍ବର ଜାରି

0
747

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଲୋକେ ଘରୁ ସହର-ବଜାର ଭିତରକୁ ବାଇକ୍ ଅଥବା କାର୍ରେ ଯିବା ପାଇଁ ଭୟ କରୁଛନ୍ତି । କାରଣ ନୂତନ ପରିବହନ ନିୟମ ଅନୁସାରେ ଅଧିକାଂଶ ଲୋକଙ୍କ ପାଖରେ ଆବଶ୍ୟକ ପ୍ରମାଣ ପତ୍ର ଯଥା ନୂତନ ଭାବେ ଗାଡ଼ିର ଲାଇସେନ୍ସ, ବୀମା, ପ୍ରଦୂଷଣ ପ୍ରମାଣ ପତ୍ର ନାହିଁ । ଆବଶ୍ୟକ ପ୍ରମାଣ ପତ୍ର ପାଇବାକୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ପ୍ରବଳ ଭିଡ଼ ରହୁଥିବା ଦେଖାଯାଉଛି।
ସରକାର ଲୋକଙ୍କର ସମସ୍ୟାର ସମାଧାନ କରିବା ପାଇଁ ଶନିବାର ଟୋଲ୍ ଫ୍ରି ହେଲ୍ପ ଲାଇନ୍ ନମ୍ବର ୧୮୦୦-୩୪୫-୧୦୭୩ ଜାରି କରିଛନ୍ତି। ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟରେ ହେଲ୍ପ ଡେକ୍ସ ଖୋଲିବ ଏବଂ ଏହା ସକାଳ ୮ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ।

LEAVE A REPLY

Please enter your comment!
Please enter your name here