ଭଞ୍ଜନଗର ବ୍ଲକ : ନାମାଙ୍କନ ଭରିଲେ ୮୧୬ ପ୍ରାର୍ଥୀ

0
385

ଭଞ୍ଜନଗର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଭଞ୍ଜନଗର ବ୍ଲକରେ ସର୍ବମୋଟ ୮୧୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେଥି ମଧ୍ୟରେ ୱାର୍ଡ ମେମ୍ବର ନିମନ୍ତେ ୬୫୦ ଜଣ,ସରପଞ୍ଚ ୯୨ଜଣ,ସମିତି ସଭ୍ୟ ୭୪ ଜଣ ରହିଛନ୍ତି। ଶେଷ ଦିନରେ ଭଞ୍ଜନଗର ବ୍ଲକରେ ବିଭିନ୍ନ ପଂଚାୟତରୁ ସରପଞ୍ଚ,ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ୩୦୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବ୍ଲକର ବିଭିନ୍ନ ପଂଚାୟତରୁ ୱାର୍ଡ ମେମ୍ବର ପାଇଁ ୨୩୩ ଜଣ ନାମାଙ୍କନ ପତ୍ର ଭରିଛନ୍ତି। ସେହିପରି ସରପଞ୍ଚ ୩୫ ଓ ସମିତି ସଭ୍ୟ ପାଇଁ ୩୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବିଡ଼ିଓ ଅନୀଲ କୁମାର ସେଠୀ ସୂଚନା ଦେଇଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here