ନାବାଳିକା ଦୁଷ୍କର୍ମ ମାମଲାରେ ଜଣକୁ ୧୦ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା

0
262

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଵତନ୍ତ୍ର କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣ କରି କନ୍ଧମାଳ ଜିଲ୍ଲା କୋଟଗଡ ଥାନା କେସ ନମ୍ବର ୪୯/୧୬ ଅଭିଯୁକ୍ତ ମୁକୁନ୍ଦ ମଲ୍ଲିକକୁ(୨୫) ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଆଦାୟ ହେଲେ ନାବାଳିକା ପିଡିତାଙ୍କୁ କ୍ଷତି ପୁରଣ ବାବଦକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୂସାରେ ଗତ ତା ୧୬/୧୧/୨୦୧୬ରିଖ ଦିନ ସକାଳ ସମୟରେ ନାବାଳିକା ଆଧାରକାର୍ଡ ଆଣିବାକୁ ଘରକୁ ଯାଇଥିଲା । ଆସିବା ବାଟରେ ପାହାଡିଆ ଜଙ୍ଗଲ ରାସ୍ତାରେ ମୁଦଲା ନାବାଳିକାକୁ ରାସ୍ତାରୁ ଅପହରଣ କରି ପୋଷାକ ପତ୍ର ଚିରିଦେଇ ଦୁଷ୍କର୍ମ କରିଥିଲା । ଏଥି ସହିତ ମୁଦାଲା ଏହି ଘଟଣା କହା ଆଗରେ ପ୍ରକାଶ କଲେ ଜେଲରୁ ଫେରି ଜିବନରେ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲା । ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁଷ୍କର୍ମ କରିବା ନେଇ ପରିବାର ପକ୍ଷରୁ କୋଟଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ କୋଟଗଡ଼ ଥାନା ପୋଲିସ ଏକ ମାମଲା ୪୯/୧୬ ରୁଜୁ କରି ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା ।୧୪ଜଣ ସାକ୍ଷୀଙ୍କ ବୟାନକୁ ବିଚାରଣା କରି ମାନ୍ୟବର ଅଦାଲତ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି । ପିଡୀତାଙ୍କ ପକ୍ଷରୁ ମାମଲାକୁ ସ୍ଵତନ୍ତ୍ର ସରକାରୀ ଓକିଲ ବନମାଳୀ ବେହେରା ପରିଚାଳନା କରୁଥିଲେ ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here