ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଟାଟା ମେଜିକ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତିଲେ ୨୩ଜଣ ଛାତ୍ରଛାତ୍ରୀ।

0
802

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ନୂଆପଡା ନିକଟସ୍ଥ ଡ୍ରାଇଭର ସହ ୨୩ଜଣ ପହଁରାବାଡ଼ି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଛାତ୍ରଛାତ୍ରୀଙ୍କୁ ନେଇ ନୂଆପଡା ମାର୍ଗଦର୍ଶୀ ଶିଶୁ ବିଦ୍ୟା ମନ୍ଦିର ଅଭିମୁଖେ ଯାଉଥିବା ବେଳେ ଟାଟା ମେଜିକ ଟି ପହଁରାବାଡ଼ି ଗ୍ରାମର ପୋଖରୀ ନିକଟରେ ଭାରସାମ୍ୟ ହରାଇ ତଳକୁ ଖସି ଯାଇଥିଲା।
ତେବେ ପୋଖରୀ ନିକଟରେ ଥିବା ଆମରି ବୁଦା ଯୋଗୁଁ ସମସ୍ତେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଯାଇଥିଲେ। ଦୁର୍ଘଟଣାଗ୍ରସ୍ତ ଟାଟା ମେଜିକରେ ଥିବା ମୋଟ ୨୩ଜଣ ଛାତ୍ରଛାତ୍ରୀଙ୍କ ସମେତ ଚାଳକଙ୍କ ମଧ୍ୟରୁ ୧୩ଜଣ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣା ପଡ଼ିଛି। ଗୁରୁତରଙ୍କୁ ବ୍ରହ୍ମପୁର ସିଟି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here