ଶେଷ ଦିବସରେ ୯୯ ଜଣ ସମିତି ମେମ୍ବର ଓ ୧୦୬ ଜଣ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ

0
241

ବୁଗୁଡା: ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ଜାନୁଆରୀ ୨୧ ତାରିଖ ଥିବା ବେଳେ ଶେଷ ଦିନରେ ବୁଗୁଡା ବ୍ଲକର ସମିତି ମେମ୍ବର ପଦବୀ ପାଇଁ ୯୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୧୦୬ ଜଣ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତନ୍ମୟ ପାତ୍ର ମହୋଦୟ ପ୍ରକାଶ କରିଛନ୍ତି। ବୁଗୁଡା ବ୍ଲକରେ ମୋଟ ୨୧ ଟି ଗ୍ରାମ ପଞ୍ଚାୟତ ଥିବା ବେଳେ ୨୧ ଜଣ ସମିତି ମେମ୍ବର ଓ ୨୧ ଜଣ ସରପଞ୍ଚ ପଦବୀ ପାଇଁ ବୁଗୁଡା ବ୍ଲକ ଅଫିସ ଓ ସମସ୍ତ ଗ୍ରାମ ପଞ୍ଚାୟତ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିବା ଜଣାପଡିଛି। ଜାନୁଆରୀ ୧୭ ତାରିଖ ଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବା ୨୧ ତାରିଖ ଅନ୍ତିମ ଦିବସ ଥିଲା। ପ୍ରଥମ ଦିବସରେ ସମିତି ମେମ୍ବର ଓ ସରପଞ୍ଚ ପଦବୀ ପାଇଁ କେହି ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିନଥିବା ବେଳେ ଜାନୁଆରୀ ୧୮ ତାରିଖରେ ୨ ଜଣ ସମିତି ଓ ୫ ଜଣ ସରପଞ୍ଚ, ୧୯ ତାରିଖ ଦିନ ୩୫ ସମିତି ଓ ୩୧ ସରପଞ୍ଚ, ୨୦ ତାରିଖ ଦିନ ୨୧ ସମିତି ଓ ୨୭ ସରପଞ୍ଚ ଏବଂ ଶେଷ ଦିବସ ୨୧ ତାରିଖ ଦିନ ୯୯ ସମିତି ଓ ୧୦୬ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଶେଷ ଦିବସ ସୁଦ୍ଧା ମୋଟ ୧୫୭ ଜଣ ସମିତି ମେମ୍ବର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୧୬୯ ଜଣ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର କରିବା ପରେ ଜାନୁଆରୀ ୨୫ ତାରିଖ ଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ନିର୍ବାଚନ ରଣାଙ୍ଗନରେ କେତେ ଜଣ ରହିବେ ସ୍ପଷ୍ଟ ଚିତ୍ର ଜଣାପଡିବ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here