ବୁଗୁଡା ବ୍ଲକ : ପ୍ରଥମ ଦିନରେ ୪ ୱାର୍ଡ ସଭ୍ୟଙ୍କ ପ୍ରାର୍ଥୀପତ୍ର ଦାଖଲ

0
244

ବୁଗୁଡା: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକରେ ୨୧ ଗୋଟି ପଞ୍ଚାୟତ ରହିଅଛି। ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୭ ତାରିଖ ଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି। ୩ ଟି ଜିଲ୍ଲା ପରିଷଦ ପଦବୀ ପାଇଁ ଦଳୀୟ ଚିହ୍ନ ମିଳୁଥିବା ବେଳେ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ୱାର୍ଡ ସଭ୍ୟ ସଭ୍ୟା ପାଇଁ ଦଳୀୟ ଚିହ୍ନ ବ୍ୟବସ୍ଥା ନାହିଁ। ଏହି ତିନୋଟି ପଦବୀ ପାଇଁ ଦଳୀୟ ଚିହ୍ନ ବ୍ୟବସ୍ଥା ନଥିଲେ ମଧ୍ୟ ସମସ୍ତ ରାଜନୈତିକ ଦଳ ନିଜ ଦଳ ସମର୍ଥିତ ପ୍ରାର୍ଥୀ ଘୋଷଣା କରିଥାନ୍ତି। ବୁଗୁଡା ବ୍ଲକରେ କୌଣସି ଦଳ ମଧ୍ୟ ନିଜର ସମର୍ଥୀତ ପ୍ରାର୍ଥୀ ସମ୍ପୂର୍ଣ୍ଣ ଭାବେ ମନୋନୀତ କରିପାରିନଥିବା ଜଣାପଡିଛି। ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ଦିନରେ କୌଣସି ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇନାହିଁ। କେବଳ କଳମ୍ବ ଗ୍ରାମ ପଞ୍ଚାୟତରେ ୪ ଜଣ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here