ବିଶ୍ବ ମହିଳା ଦିବସ ଅବସରରେ ଆସ୍କା ବିଜେଡି ପକ୍ଷରୁ ବିଶାଳ ମହିଳା ସମାବେଶ।

0
340

ଆସିକା (ଜଗନ୍ନାଥ ସାହୁ ) ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସ୍କା ବ୍ଳକ କେନ୍ଦୁପଦର ଠାରେ ଏକ ବିରାଟ ମହିଳା ସମାବେଶ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମକୁ ଯୁବ ବିଜେଡି ନେତା ଭବାନୀ ଶଙ୍କର ମଲ୍ଲିକ ପରିଚାଳନା କରିଥିବା ବେଳେ ମାନ୍ୟବର ସାଂସଦ ପ୍ରମିଳା ବିଷୋୟୀ,ବିଧାୟିକା ମଞ୍ଜୁଳା ସ୍ବାଇଁ,ବ୍ଳକ୍ ଚେୟାରମ୍ୟାନ ହରେକୃଷ୍ଣ ମଲ୍ଲିକ,ବିଜେଡି ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।ମହିଳା ମାନଙ୍କ ମଧ୍ୟରେ ସାହସ ଓ ଧୈର୍ଯ୍ୟ ଯୋଗାଇବା ସହିତ କିଭଳି ଭାବେ ମହିଳା ମାନେ ସମାଜର ମୁଖ୍ୟ ସ୍ରୋତରେ ରହି କାର୍ଯ୍ୟ ଦକ୍ଷତାର ପରିଚୟ ପ୍ରଦାନ କରିବେ ଏନେଇ ଉପସ୍ଥିତ ଅତିଥି ମାନେ ବକ୍ତବ୍ୟ ରଖିଥିଲେ।ଅଞ୍ଚଳର ବହୁ ମହିଳା ସଂଖ୍ୟାରେ ମହିଳା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉପସ୍ଥିତ ମହିଳା ମାନଙ୍କୁ ନାରୀ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ନାରୀକୁ ସମ୍ମାନ ଓ ମର୍ଯ୍ୟଦା ଦେବା ନିମନ୍ତେ ଉକ୍ତ କାର୍ଯ୍ୟକ୍ରମରେ ସମସ୍ତେ ଏକ ସ୍ବରରେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଦିଲ୍ଲିପ କୁମାର ପାଣିଗ୍ରାହୀ,ସୂର୍ଯ୍ୟକାନ୍ତ ପରିଡା,ବ୍ଳକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ,ଅନୀଲ ନାୟକ, ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here