ଖ୍ରୀଷ୍ଟୀୟ ସଙ୍ଗଠନକୁ ସହାୟତା ବିରୁଦ୍ଧରେ ବିଶ୍ୱହିନ୍ଦୁ ପରିଷଦର ଦାବୀପତ୍ର ପ୍ରଦାନ

0
215

ଭଞ୍ଜନଗର: ଖ୍ରୀଷ୍ଟିଆନ ସଙ୍ଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଅଯଥା ଆର୍ଥିକ ସହାୟତା ଯୋଗଣକୁ ବିଶ୍ବହିନ୍ଦୁ ପରିଷଦ ବିରୋଧ କରି ଗୁରୁବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ଓଡିଶାରେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକ ମିଳିମିଶି ବାସ କରନ୍ତି। ନିଜକୁ ସ୍ବଚ୍ଛ ନିର୍ମଳ ଓ ଧର୍ମ ନିରପେକ୍ଷ ବୋଲି ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ଖ୍ରୀଷ୍ଟିଆନ ସଂସ୍ଥାମାନଙ୍କୁ ରିଲିଫ ପାଣ୍ଠିରୁ ୭୮,୭୬,୦୦୦ ଟଙ୍କା ଅନୁଦାନ ଦେବା ତାଙ୍କର ହିନ୍ଦୁ ବିରୋଧୀ ଏବଂ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ପ୍ରୋତ୍ସାହନ ଦେବାର ମାନସିକତାକୁ ପଦାରେ ପକାଇ ଦେଇଛି । ଏହି ପାଣ୍ଠି କେବଳ ଜାତୀୟ ଦୈବୀ ଦୁର୍ବିପାକ ସମୟରେ ବ୍ୟବହୃତ ହୋଇଥାଏ । କିନ୍ତୁ ଏଠାରେ ଅନାବଶ୍ୟକ ଭାବେ ଖ୍ରୀଷ୍ଟୀୟ ସଂସ୍ଥାକୁ ଅନୁଦାନ ଦେବା ଆଦୌ ଗ୍ରହଣୀୟ ନୁହେଁ । ଏହା ଏକ ନିର୍ବାଚନୀ ଚାଲ ଓ ଭୋଟ ହାତେଇବା ରାଜନୀତି ପରି ମନେ ହୁଏ ବୋଲି କହିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମସ୍ତ ଧର୍ମ ସଂପ୍ରଦାୟ ସମାନ ଥିବା ବେଳେ ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା କନ୍ୟାଶ୍ରମର ରାସନ୍ ବନ୍ଦ କରିବା ନିଶ୍ଚିତ ପରିତାପର ବିଷୟ।
କରୋନା ସମୟରେ ସାଧୁସନ୍ଥ ମଠ ମନ୍ଦିରମାନ ବହୁ ଆର୍ଥିକ ଅନାଟନର ସମ୍ମୁଖୀନ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିନ୍ତୁ ବିନା ଦରଖାସ୍ତରେ ମିଶନାରୀ ଅଫ୍ ଚାରିଟି ନାମକ ଖ୍ରୀଷ୍ଟୀୟ ସଂସ୍ଥାକୁ ଅର୍ଥ ପ୍ରଦାନ ରୂପୀ ପ୍ରୋତ୍ସାହନ ଏକ ରାଜନୈତିକ ଷଡଯନ୍ତ୍ର ପରି ମନେ ହେଉଛି ।ତେଣୁ
ରାଜ୍ୟପାଳ ଏଥିରେ ହସ୍ତକ୍ଷେପ କରିବା ପାଇଁ ବିଶ୍ବହିନ୍ଦୁ ପରିଷଦ ଦାବୀ କରିଛି।ଏଥିରେ ମୁରଲୀ ଧର ପଣ୍ଡା, ସନ୍ତୋଷ ପାଳ,ବଟକୃଷ୍ଣ ପଣ୍ଡା, ଅମ୍ବିକା ପ୍ରସାଦ ଦାସ, ସମୀର ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here