ଅସରାଏ ବର୍ଷାରେ ବନ୍ୟାର ଭ୍ରମ, ଖଣ୍ଡିଆନଈ ଗାଁ ମଝିରେ ଆଣ୍ଠୁଏ ପାଣି

0
430

ବେଗୁନିଆପଡ଼ା: ଘରୁ ବହାରିଲେ ଆଣ୍ଠୁଏ ପାଣି । କଥାରେ ଅଛି ଆଜି ଗାଁ ନିର୍ମଳ ଧୋବା ତୁଠରୁ ଭଳି ବେଗୁନିଆପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ଅତି ନିକଟତମ ଗାଁ ଖଣ୍ଡିଆନଇ ଗାଁ ମଝିରେ ଜମି ରହୁଛି ପାଣି । ଯାହାର ଚିତ୍ର ଦେଖିଲେ ସରକାରଙ୍କ ତତ୍ପରତା କେତେ ତାହା ବାରି ହୋଇପଡୁଛି । ସ୍ୱଚ୍ଛ ଶାସନର ସ୍ୱଚ୍ଛ ଚିତ୍ର ଦେଖି ଆପଣ ଜାଣିପାରୁଥିବେ, ବେଗୁନିଆପଡା ପଞ୍ଚାୟତ ସମିତି ନିକଟରେ ଥିବା ଗାଁର ଅବସ୍ଥା କିପରି ଉନ୍ନତି ହୋଇଛି । ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ପାଣି ଭିତରେ ପଶି ଯିବାକୁ ହେଉଛି । ସାମାନ୍ୟ ବର୍ଷାରେ ବେହାଲ ହୋଇପଡୁଛି ବେଗୁନିଆପଡ଼ା ବ୍ଲକ ସାମ୍ନା ଗ୍ରାମ ଖଣ୍ଡିଆନଈ । ସାମାନ୍ୟ ବର୍ଷାରେ ଗାଁ ମଝିରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ଥାନର ଦୁରବସ୍ଥା ବର୍ତମାନ ସ୍ଥାନୀୟ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅସରାଏ ବର୍ଷା ହେଲେ ଛକ ମଝିରେ ପାଣି ଜମି ଏକ କୁତ୍ରିମ ପୋଖରୀ ସୃଷ୍ଟି ହେଉଛି । ଫଳରେ ଗାଁ ଭିତରକୁ ଯିବାକୁ ହେଲେ ବିଶେଷ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳୁଛି । ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ରାସ୍ତାଟି ଗାଁ ଭିତରକୁ ଯିବାର ପ୍ରବେଶ ଦ୍ୱାର ହୋଇଥିବାରୁ ଏହାଉପରେ ସମସ୍ତେ ନିର୍ଭର କରିଥାନ୍ତି । ଗାଁ ବାହାରକୁ ଯିବା ପାଇଁ ଗ୍ରାମବାସୀଙ୍କୁ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡୁଛି । ରାସ୍ତା ମରାମତି ସହ ଡ୍ରେନେଜ ବ୍ୟବସ୍ଥା ପାଇଁ ଏ ପର୍ଯ୍ୟନ୍ତ ବିଭାଗ ତତ୍ପରତା ପ୍ରକାଶ କରିନଥିବା ରାସ୍ତାକୁ ଦେଖିଲେ ଜଣାପଡୁଛି । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ର ବ୍ୟୁରୋ

LEAVE A REPLY

Please enter your comment!
Please enter your name here