ରାସ୍ତାକଡ଼ ବୁଦାରୁ ଯୁବକଙ୍କ ଶବ ଉଦ୍ଧାର

0
249

ବେଲଗୁଣ୍ଠା: ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ନାହାଡା ଗ୍ରାମର ରାସ୍ତାକଡ଼େ ଥିବା ଏକ ବୁଦାରୁ ଜଣେ 35 ବର୍ଷୀୟ ଯୁବକଙ୍କ ଶବ ଉଦ୍ଧାର ହୋଇଛି I ଶବଟି ବେଲଗୁଣ୍ଠା ବ୍ଳକ୍ ବୋରିପଦର ଗ୍ରାମର ଭାସ୍କର ନାଇକଙ୍କ ପୁଅ ବୁଲୁ ନାଇକଙ୍କ ପୁଅ ବୋଲି ଜଣା ପଡ଼ିଛି I ବୁଲୁଙ୍କ ବାପା ଭାସ୍କର ଏବଂ ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ ଆଠ ଦଶ ବର୍ଷ ହେବ ବୁଲୁ ମାନସିକ ବିକୃତ ହୋଇଯାଇଥିବା ବେଳେ ବହୁ ସମୟରେ ଘରୁ କୁଆଡେ ପଳାଇଯାଉଥିଲେ I ସେହିପରି ଗତ କାଲି ମଧ୍ୟ ବୁଲୁ ଘର ଛାଡି ପଳାଇଆସିଥିବା ବେଳେ ଆଜି ସ୍ଥାନୀୟ ଲୋକେ ବୁଦାରେ ବୁଲୁଙ୍କ ଶବ ମୁହଁ ମାଡ଼ି ପଡିଥିବାର ଦେଖିଥିଲେ ମଧ୍ୟ ଶବଟିକୁ ଚିହ୍ନଟ କରିପାରିନଥିଲେ I ଅନ୍ୟପଟେ ଖବର ପ୍ରଚାରିତ ହେବା ପରେ ବୁଲୁଙ୍କୁ ଖୋଜୁଥିବା ବୁଲୁର ପରିବାର ଲୋକେ ଘଟଣା ସ୍ଥଳକୁ ଆସି ଶବ ଚିହ୍ନଟ କରିଥିଲେ I ଖବର ପାଇ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ I ଏନେଇ ଗାଙ୍ଗପୁର ଥାନାରେ 02/22 ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତକାରୀ ଅଧିକାରୀ ଏସ୍ଆର ଶୁଭ୍ରଜିତ ସାମନ୍ତରାୟ ଘଟଣାର ତଦନ୍ତ କରୁଛନ୍ତି I ଆଜି ସନ୍ଧ୍ୟା ହୋଇଯାଇଥିବାରୁ ବୁଲୁଙ୍କ ଶବ ବ୍ୟବଚ୍ଛେଦ ହୋଇପାରିନଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ ପ୍ରକାଶ କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here