କ୍ଷତ୍ରିୟବରପୁରରେ ଧାନ ମଣ୍ଡି ଉଦ୍‌ଘାଟିତ

0
236

ବେଲଗୁଣ୍ଠା: ଆଜି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି I ଏମ୍ଆଇ ସୂର୍ଯ୍ୟ ନାରାୟଣ ପାଢୀ, ସମବାୟ ସମିତି ସମ୍ପାଦକ ହରପ୍ରସାଦ ବେହେରା, ଡାଟା ଏଣ୍ଟ୍ରି ଅପରେଟର୍ ସୁଶାନ୍ତ କୁମାର ସ୍ୱାଇଁ ଏବଂ କର୍ମଚାରୀ ଦିଲ୍ଲୀପ କୁମାର ଜେନାଙ୍କ ଉପସ୍ଥିତିରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଥିଲା I କାର୍ଯ୍ୟକ୍ରମରେ ଅଞ୍ଚଳର ଚାଷୀ ସୁବାଷ ଚନ୍ଦ୍ର ଗୌଡ଼ ଏବଂ ବିଷ୍ଣୁଧର ନାୟକ ମଧ୍ୟ ଉପସ୍ଥିତ ଥିଲେ I ଆଜି ପ୍ରଥମ ଦିନରେ ଚାଷୀଙ୍କ ଠାରୁ 23.62 କ୍ୱିଣ୍ଟାଲ୍ ଧାନ କିଣା ଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ପର୍ଯ୍ୟାୟ କ୍ରମେ ଧାନ କିଣାଯିବ ବୋଲି ଏମ୍ଆଇ ଶ୍ରୀ ପାଢୀ ପ୍ରକାଶ କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here