ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କରାଦଣ୍ଡ

0
274

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଭାସ୍କରଚନ୍ଦ୍ର ସାହୁ ମଙ୍ଗଳବାର ଏକ ୫ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ୧୪ ଜଣ ସାକ୍ଷୀଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ପିଡୀତାଙ୍କ ଗ୍ରାମର ପ୍ରକାଶଚନ୍ଦ୍ର କହଁର (୨୫)କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାକୁ ୨୦ ବର୍ଷ ସଶ୍ରମ କରାଦଣ୍ଡାରେ ଦଣ୍ଡିତ କରିଛନ୍ତି । ଏହା ସହିତ ଅଭିଯୁକ୍ତକୁ ଏକ ଲକ୍ଷ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଏକ ବର୍ଷ ଅଧିକ ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି ମାନ୍ୟବର ବିଚାରପତି । ଜରିମାନା ଆଦାୟ ହେଲେ ପିଡିତାଙ୍କୁ କ୍ଷତିପୁରଣ ଭାବରେ ପ୍ରଦାନ କରାଯିବାକୁ ମଧ୍ୟ ବିଚାରପତିଙ୍କ ନିର୍ଦ୍ଧେଶ ରହିଛି । ସୂଚନା ଅନୁସାରେ ଖଜୁରିପଡା ଥାନା ଅଂଚଳରେ ରହୁଥିବା ପିଡିତାଙ୍କ ଗାଁରେ ଗତ ୧୭/୦୭/୨୦୧୮ ତାରିଖରେ ୫ ବର୍ଷିୟା ପିଡିତା ଏବଂ ତାର ଆଉ ଜଣେ ଭଉଣି ଓ ତାଙ୍କ ଜେଜେବାପାଙ୍କ ସହିତ ଖରାଦିନ ଯୋଗୁଁ ଗରମ ହେଉଥିବା କାରଣରୁ ଘର ବାରଣ୍ଡାରେ ଶୋଇଥିଲେ । ମଧ୍ୟରାତ୍ରରେ ପିଡିତା ସେ ଶୋଇଥିବା ଯାଗାରେ ନଥିବା ଦେଖି ଜେଜେବାପା ଏବଂ ତାଙ୍କ ଭଉଣି ତାଙ୍କୁ ଖୋଜାଖୋଜି କରିଥିଲେ । ଭୋର ସମୟରେ ପିଡିତାଙ୍କୁ ନିକଟରେ ଥିବା ଏକ ପାଇଖାନାରେ ଅସୁସ୍ଥ ଅବସ୍ଥାରେ ପାଇବା ପରେ ତାକୁ ପଚାରିବା ପରେ ଅଭିଯୁକ୍ତ ତାକୁ ସେଠାରୁ ଉଠାଇ ନେଇ ତା ସହିତ ଦୁଷ୍କର୍ମ କରିଥିବା ନେଇ କହିଥିଲା । ଏହି ସଂକ୍ରନ୍ତରେ ତା ପରଦିନ ଗାଁରେ ସଭା ହେବାପରେ ସଭାର ନିଷ୍ପତି ପ୍ରକାରେ ୧୯ ତାରିଖରେ ଖଜୁରିପଡା ଥାନାରେ ଜେଜେବାପା ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଖଜୁରିପଡା ଥାନା ପୋଲିସ ଏକ ମାମଲା ୫୮/୨୦୧୮ ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରାଇଥିଲା । ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ବନମାଳି ବେହେରା ପରିଚାଳନା କରୁଥିଲେ ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here