ପ୍ରଶାସନ ନିକଟରେ ଗୁହାରି କରି ଥକି ଗଲେଣି ବୃଦ୍ଧଦମ୍ପତି

0
471

ଭଞ୍ଜନଗର(ନିଲୁ ବିଷୋୟୀ)ଗରିବ ଦିନ ମଜୁରିଆ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା। ହେଲେ ଏହି ମାଳମାଳ ଯୋଜନା ମଧ୍ୟରେ ଏପରି ଏକ ଅଭିଯୋଗ ଆସିଛି ଯାହା ରାଜ୍ୟ ସରକାରଙ୍କ ଅପରାଗତା କୁ ପଦାରେ ପକାଇଦେଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ଗ୍ରାମ ପଂଚାୟତର ଯୋଗୀମାରି ଗ୍ରାମର ଜୟନ୍ତୀ ରାଉତ। ବୟସ ୬୦ ଟପିଲାଣି ଆଉ ସ୍ୱାମୀ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ। ଉଭୟ ଦମ୍ପତି ନିଜ କାମ କରିବାକୁ ମଧ୍ୟ ଅସମର୍ଥ। ଏଭଳି ପରିସ୍ଥିତିରେ ସେମାନଙ୍କ ସାହା ଏକ ମାତ୍ର ପୁଅ। ହେଲେ ସେ ବି ଦିନ ମଜୁରିଆ। ପୁଆ ବୋହୁ ଓ ନାତିନାତୁଣୀ ଙ୍କୁ ମିଶାଇ ୭ ପ୍ରାଣୀ କୁଟୁମ୍ବ। ହେଲେ ଖଣ୍ଡିଏ ରାସନ କାର୍ଡ଼ ଓ ଭତ୍ତା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ଥକି ଗଲେଣି ତଥାପି ଏହି ବୃଦ୍ଧଦମ୍ପତି ଙ୍କ ଗୁହାରି କେହି ଶୁଣୁନାହାନ୍ତି। ଏକ ମାତ୍ର ପୁଅ ଦିନ ମଜୁରିଆ ଭାବେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛି। ଏଭଳି ସ୍ଥିତିରେ କମ ଆୟରେ ବୃଦ୍ଧ ବାପାଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ ତିନି ପିଲା ଙ୍କ ପାଠପଢା ଖର୍ଚ୍ଚ ତୁଲାଇବା ସମ୍ଭାବନା ହେଉନାହିଁ। ରାସନକାର୍ଡ ଟିଏ କରିବା ପାଇଁ ସମସ୍ତଙ୍କୁ ନେହୁରା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ସୁବିଧା ସୁଯୋଗ ରୁ ବଞ୍ଚିତ ହୋଇଥିବା ଜୟନ୍ତୀ ଅତି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଏ ନେଇ ସେ ଗତ ବର୍ଷ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ସମୟରେ ଲିଖିତ ଭାବେ ଦୁର୍ଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇନି। କିଛି ମାସ ଅନ୍ତେଦୟ ଯୋଜନାରେ ଚାଉଳ ପାଇଥିବା ବେଳେ ବର୍ତ୍ତମାନ ତାହା ମଧ୍ୟ ବନ୍ଦ କରି ଦିଆଯାଇଥିବା ଜୟନ୍ତୀ କହିଛନ୍ତି। ଏ ନେଇ ସେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟ କୁ ଆସି ରାସନକାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ପୁଣି ଏକ ଦାବିପତ୍ର ପ୍ରଦାନ କରିଛନ୍ତି

LEAVE A REPLY

Please enter your comment!
Please enter your name here