କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

0
223

ବେଲଗୁଣ୍ଠା:ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମର କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ଗ୍ରାମ୍ୟ ସଭାପତି ରାଜକିଶୋର ସ୍ୱାଇଁ ଚକ୍ଷୁ ଚିକିତ୍ସା ଶିବିରକୁ ଉଦ୍‌ଘାଟନ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବେଲଗୁଣ୍ଠା କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,କୁଲାଙ୍ଗୀ ସରପଞ୍ଚ ପ୍ରତିନିଧି ଚତୁର୍ଭୂଜ ତାରିଣୀ ଯୋଗଦେଇଥିଲେ I ହିଞ୍ଜିଳି ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ନଳିନୀକାନ୍ତ ରାଉତ,ଭଗବାନ ପଣ୍ଡା,ବନିତା ଖାଡ଼ଙ୍ଗା,ଦେବସ୍ମିତା ଏବଂ ଏନ୍.ମୁନା ପ୍ରମୁଖ ଉପସ୍ଥିତ ରହି ଲୋକ ମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ I ଏଥିରେ ମୋଟ 74 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ 15 ଜଣଙ୍କୁ ଚଷମା ଦିଆଯିବା ସହିତ 51 ଜଣ ପରଳ ଚିହ୍ନଟ ରୋଗୀଙ୍କୁ ମାଗଣା ପରଳ ଅସ୍ତ୍ରୋପଚାର ପାଇଁ ମେଡିକାଲ୍ କୁ ପଠାଯାଇଥିଲା I ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ ଏବଂ ମାସ୍କ ବଣ୍ଟନ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଅଶୋକ କୁମାର ଗୌଡ, ଲମ୍ବୋଦର ବିଶୋଇ ,ରାଜେନ୍ଦ୍ର କୁମାର ବିଶୋଇ,ସୁଦାମ ଚରଣ ଗୌଡ଼, ଶିଶିର କୁମାର, ଅଶୋକ କୁମାର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here