ନୂତନ କଲେଜ ଅଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା

0
268

ଭଞ୍ଜନଗର : ଭଞ୍ଜନଗର ବ୍ଲକ ସ୍ଥିତ ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ତରଫରୁ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ଭାବେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ସିମାଞ୍ଚଳ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଯୁକ୍ତ ତିନି ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ନେତୃତ୍ୱ ରେ ଅଧ୍ୟାପକ ରଙ୍କନିଧି ପ୍ରଧାନ, ଅଶ୍ୱିନୀ କୁମାର ଗୌଡ଼, ଶିତେଷ ଦାଶ, ଦିବ୍ୟଲୋଚନ ବିଶ୍ୱାଳ, ଦୁର୍ଗା ମାଧବ ଦାଶ ପ୍ରମୁଖ ନୂତନ ଅଧ୍ୟକ୍ଷ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ କିରାଣୀ ହେମନ୍ତ ମହାରଣା, ବିରୁପାକ୍ଷ ସାହୁ, ଏବଂ ବଙ୍ଗାଳି ସେଠି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି କଲେଜ ର ପ୍ରତିଷ୍ଠା ଅଧ୍ୟକ୍ଷ ଚିତ୍ତରଞ୍ଜନ ଗୌଡ଼ ଙ୍କ ଅବସର ଗ୍ରହଣ ପରେ ନୂତନ ଅଧ୍ୟକ୍ଷ ରୂପେ ସିମାଞ୍ଚଳ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here