ପିକନିକ ପାଇଁ ଯାଉଥିବା ବେଳେ ଭରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର; ୨ ମୃତ, ୭ ଆହତ

0
222

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜ଼ିଲ୍ଲା, ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନାର କରଡା ଘାଟିରେ ଏକ ଜାଇଲୋ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓ ଆର-୧୯କେ-୫୬୫୧ ରାଇକିଆ ଅଞ୍ଚଳର ୯ ଜଣ ଯୁବକ ପିକନିକ ପାଇଁ ସୋରଡ଼ା କୁ ଯିବା ବେଳେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୨ ଜଣ ଗୁରୁତରଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗାଡିଟି ପ୍ରାୟ ୫୦ ଫୁଟ ତଳକୁ ଖସିଯାଇଥିଲା । ଖବର ପାଇ ରାଇକିଆ ପୋଲିସ ଘଟଣାର ତଦନ୍ତ ଅବ୍ୟାହତ ରଖିଛି ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here