ପୂଜ୍ୟ ପୂଜା ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଦେହାନ୍ତ ;ଚକ୍ଷୁ ଦାନ କରି ଉଦାହରଣ ସୃଷ୍ଟି

0
280

ବ୍ରହ୍ମପୁର: ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ଗତକାଲି ସନ୍ଧ୍ୟା ଏମକେସିଜି ମେଡିକାଲ ଆଶୁ ଚିକିତ୍ସା ବିଭାଗରେ ଦେହାନ୍ତ ହୋଇଯାଇଛି l ସେ ସହରରେ ଜଣେ ମେଳାପୀ, ସାଧୁପରାୟଣ ଓ ଦୃଢ଼ ସଂଗଠକ ଭାବେ ପରିଚିତ l ଏତଦବ୍ୟତୀତ ସେ ସହରର ବହୁ ସାମାଜିକ ସଂଗଠନର ସଦସ୍ୟ ଥିଲେ l ଦଳପତି କ୍ରିୟାନୁଷ୍ଠାନ କମିଟି,ଓମ ଲଫିଙ୍ଗ କ୍ଲବ,ପ୍ରୋବସ କ୍ଲବ ଆଦି ବିଭିନ୍ନ ଅନୁଷ୍ଠାନ ସହ ସେ ଶେଷ ଜୀବନ ପର୍ଯ୍ୟନ୍ତ ଜଡିତ ଥିଲେ l ତାଙ୍କ ବିୟୋଗରେ ବିଭିନ୍ନ ଅନୁଷ୍ଠାନ ସମେତ ବିଜିପୁର ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି l ମୃତ୍ୟୁ ପରେ ତାଙ୍କ ଇଛା ମୁତାବକ ତାଙ୍କ ଦୁଇଗୋଟି ଚକ୍ଷୁ ଏମକେସିଜି ମେଡିକାଲ କଲେଜର ଚକ୍ଷୁ ବିଭାଗକୁ ଦାନ ହୋଇଛି l ଡାକ୍ତର ମାନସ ଓରାମ, ଡା. ସୌମ୍ୟ ରଞ୍ଜନ ଦୋରା ଅସ୍ତ୍ରୋପଚାର ମାଧ୍ୟମରେ ଚକ୍ଷୁ ଦାନକୁ ତ୍ୱରାନ୍ୱିତ କରିଥିଲେ l ଚକ୍ଷୁ ଦାନ କରି ଶ୍ରୀ ଭୂୟାଁ ସମାଜରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି l ତାଙ୍କ ଏହିପରି ମହାନ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି l ଶ୍ରୀଯୁକ୍ତ ଭୂୟାଁଙ୍କ ମୃତ୍ୟୁ ସମୟରେ ତାଙ୍କୁ ୮୩ବର୍ଷ ହୋଇଥିଲା l ତାଙ୍କ ପତ୍ନୀ ଶ୍ରୀମତି ଶାନ୍ତିଲତା ଭୂୟାଁ,ପୁଅ ଅଜିତ କୁମାର ଭୂୟାଁ ଓ ସୁଜିତ କୁମାର ଭୂୟାଁ,ଝିଅ ସାଗରୀକା ଭୂୟାଁ ଆଦି ତାଙ୍କ ପରିବାରବର୍ଗଙ୍କୁ ସମସ୍ତ ଅନୁଷ୍ଠାନ ପକ୍ଷରୁ ସମବେଦନା ଜଣାଯାଇଛି l

LEAVE A REPLY

Please enter your comment!
Please enter your name here