ନଗର କଂଗ୍ରେସ ପକ୍ଷରୁ ୧୮ ନମ୍ବର ୱାର୍ଡ ଗରିବ ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

0
233

ବ୍ରହ୍ମପୁର: ବ୍ରହ୍ମପୁର ନଗର କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି। କରୋନା କୁ ନିପାତ କରିବା ଲାଗି ଲକଡାଉନ ଜାରି ରହିଥିବା ବେଳେ ଅନେକ ଲୋକ ଏବେ ଜୀବିକା ହରାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ର ପରିସ୍ଥିତିରେ ଲୋକଡାଉନ କୋହଳ ହେଲେ ମଧ୍ୟ୍ୟ ସାଧାରଣ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଏଭଳି ପରିସ୍ଥିତିରେ ସେମାନଙ୍କୁ ସହଯୋଗ କରିବା ଲାଗି କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଇ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ବ୍ରହ୍ମପୁର ସହରର 18 ନମ୍ବର ୱାର୍ଡ ର 150 ରୁ ଉର୍ଦ୍ଧ୍ବ ସାଧାରଣ ପରିବାରଙ୍କୁ ଗୌଡ଼ ସାହି ସ୍ଥିତ ରାଧା କୃଷ୍ଣ ମନ୍ଦିର ଠାରେ ବଣ୍ଟନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଆହ୍ୱାନ କ୍ରମେ ଓଡିଶା କୃଷକ କଂଗ୍ରେସ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ପୃଷ୍ଟ ପୋଷକତରେ ଓ ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟଙ୍କ ତତ୍ୱବଧାନରେ ଏହି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କିଶୋର କପୂର, ଏସ. ଦଣ୍ଡପାଣି ପାତ୍ର, ବିକାଶ ନାୟକ, ସୁଜିତ କୁମାର ଦାସ, ଅତୀଶ ଦାଳାଇ, ସିଦ୍ଧାର୍ଥ ଗୌଡ଼, ରାକେଶ ରାଉତ, ଏମ ତ୍ରିପତି, ସୁରଜ ଦଳେଇ, ଦେବ ମଳିକ, ସାଗର ମଳିକ, ଅଜୟ ନାୟକ, ଜିତୁ ଘଡେଇ, ପ୍ରଶାନ୍ତ ଆଚରି, ଭିକି ନାୟକ, ଦେବ ପାଢ଼ୀ ଭୂଷି ବାବୁ, ମହେଶ୍ୱର ପାତ୍ର , ଏସ. ସୁଜାତା, ଜିତେନ ବଡ଼ତ୍ୟା ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି କୋଭିଡ କଟକଣା ମାନି ଶୁଖିଲା ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here