ଖଲ୍ଲିକୋଟ ଥାନା ଅଞ୍ଚଳରେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ମିଞ୍ଚୀନିପାଟଣା ଗ୍ରାମରୁ ଗିରଫ କଲା ପୋଲିସ

0
297

ଖଲ୍ଲିକୋଟ – (ନ୍ୟୁଜଏକ୍ସଟ୍ରା) : ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଆଜି ଗିରଫ କରିଛି ଖଲ୍ଲିକୋଟ ପୋଲିସ ।ଖଲ୍ଲିକୋଟ ଥାନା ଅଞ୍ଚଳର ଜଣେ ୨୫ ବର୍ଷ ବୟସ୍କ ଯୁବତୀ ରମ୍ଭା ଥାନା ଅଞ୍ଚଳରେ ବିବାହ କରିଥିଲେ ।ତେବେ ସ୍ୱାମୀ ଙ୍କ ସହ ମନୋମାଳିନ୍ୟ ଯୋଗୁଁ ସେ ଶ୍ୱଶୁର ଘରୁ ଚାଲି ଆସି ବାପ ଘରେ ରହୁଥିଲେ ।ଗତ ୨୯ ତାରିଖରେ ରମ୍ଭା ଥାନା ଅନ୍ତର୍ଗତ ମିଞ୍ଚୀନିପାଟଣା ଗ୍ରାମର ଜଣେ ଯୁବକ ପି. ଶିବ ପାତ୍ର ଯୁବତୀ ଙ୍କ ଗ୍ରାମ କୁ ଆସି ତାଙ୍କ ଘରେ ଦୁଷ୍କର୍ମ କରିଥିବା ବିବାହିତା ଯୁବତୀ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୭୮୩/୨୦୨୧ ଅନୁଯାୟୀ ଏକ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଚଳାଇଥିଲା ପୋଲିସ । ତେବେ ଆଜି ଉକ୍ତ ଯୁବକକୁ ଗିରଫ କରାଯାଇଛି ବୋଲି କହିଛନ୍ତି ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here