ଲଙ୍ଗଳେଶ୍ବର ଠାରେ ଏସଏଚଜି ସଦସ୍ୟଙ୍କ ଠାରୁ ୪୯ ହଜାର ଟଙ୍କା ଲୁଟ ମାମଲାରେ ଜଣେ ଲୁଟେରା ଗିରଫ, ଟଙ୍କା ଜବତ

0
292

ଖଲ୍ଲିକୋଟ – (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଠାରେ ଏସ ଏଚ ଜି ଗୃପ ର ସଦସ୍ୟ ଙ୍କ ଠାରୁ ଦୁର୍ବୁତ୍ତ ଲୁଟି ନେଇଥିବା ୪୯ ହଜାର ଟଙ୍କା କୁ ଉଦ୍ଧାର କରିବା ସହ ଲୁଟେରା କୁ ଗିରଫ କରିଛି ଖଲ୍ଲିକୋଟ ପୋଲିସ। ଗତ ୨୨.୧୨.୨୦୨୧ ରେ ଆଇତିପୁର ଗ୍ରାମର ମା କାଳିଜାଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ରଶ୍ମିତା ପ୍ରଧାନ ଓ ଗଣ୍ଡେଇ ସାହୁ ଲଙ୍ଗଳେଶ୍ବର ଷ୍ଟେଟ ବ୍ୟାଙ୍କରୁ ୪୯ ହଜାର ଟଙ୍କା ଉଠାଇ ଥିଲେ ।ଏକ ବ୍ୟାଗ ରେ ଟଙ୍କା ରଖି ଚାଲି ଚାଲି ଯାଉଥିବା ବେଳେ ବ୍ୟାଙ୍କ ଠାରୁ କିଛି ଦୂରରେ ୧୬ ନମ୍ବର ଜାତୀୟ ରାଜପଥରେ ହଠାତ ଏକ ବାଇକରେ ଦୁର୍ବୁତ୍ତ ମାନେ ଆସି ଟଙ୍କା ବ୍ୟାଗ କୁ ଝାମ୍ପି ନେଇ ଚାଲି ଯାଇଥିଲେ । ଏ ସମ୍ପର୍କରେ ଭେଜିପୁଟ ଫାଣ୍ଡିରେ ସମ୍ପୃକ୍ତ ଦୁଇ ମହିଳା ସଦସ୍ୟା ଅଭିଯୋଗ କରିବା ପରେ ପୋଲିସ ଖଲ୍ଲିକୋଟ ଥାନା କେସ ନମ୍ବର ୭୬୪/୨୦୨୧ ଅନୁଯାୟୀ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଚଳାଇ ଥିଲା । ତେବେ ଆଜି ଭେଜିପୁଟ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିଲା ବେଳେ ଆସିକା ଥାନା ଅନ୍ତର୍ଗତ ପାକଲାପଲ୍ଲୀ ମରାଠୀ ସାହିର ଏମ୍. ରାଇଡୁ କୁ ଗିରଫ କରିଥିଲା ପୋଲିସ । ତା ନିକଟରୁ ଲୁଟ କରିଥିବା ୪୯ ହଜାର ଟଙ୍କାକୁ ମଧ୍ୟ ଜବତ କରିଛି ପୋଲିସ । ତେବେ ଏହି ଲୁଟ ଘଟଣାରେ ଆଉ ଜଣେ ଲୁଟେରା ସମ୍ପୃକ୍ତ ଥିବା ବେଳେ ସେ ଅଦ୍ୟାବଧି ଫେରାର ଅଛି ବୋଲି ଭେଜିପୁଟ ଫାଣ୍ଡି ଦାୟିତ୍ୱରେ ଥିବା ଅତିରିକ୍ତ ଆଇଆଇସି ପି.ସ୍ୱରୂପ କିଷାନ ସୂଚନା ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here