ବେଲଗୁଣ୍ଠା ଥାନାରେ ବର୍ଷର ପ୍ରଥମ ଅପମୃତ୍ୟୁ ମାମଲା; ପୋଖରୀରେ ବୁଡ଼ି ବୃଦ୍ଧ ମୃତ

0
250

ବେଲଗୁଣ୍ଠା:ବର୍ଷ ଆରମ୍ଭରୁ ଘଟିଛି ଅଘଟଣ I ବେଲଗୁଣ୍ଠା ଥାନାରେ ରୁଜୁ ହୋଇଛି ବର୍ଷର ପ୍ରଥମ ଅପମୃତ୍ୟୁ ମାମଲା I ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଣତୁମ୍ବ ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ସୂଚନା ପ୍ରକାରେ ବାଣତୁମ୍ବ ଗ୍ରାମର ଗାନ୍ଧୀ ଡାକୁଆ (52) ଗ୍ରାମର ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯାଇ ପୋଖରୀରେ ବୁଡ଼ି ଯାଇଥିଲେ I ଫଳରେ ସେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି I ଘଟଣା ନେଇ ଗାନ୍ଧୀଙ୍କ ଭାଇ ସାହେବ ଡାକୁଆଙ୍କ ରିପୋର୍ଟ୍ ପ୍ରକାରେ ବେଲଗୁଣ୍ଠା ଥାନାରେ 01/21 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତକାରୀ ଅଫିସର୍ ଏସ୍ଆଇ ନାରାୟଣ ନାହାକ ଘଟଣାର ତଦନ୍ତ କରୁ୍ଥିବା ଜଣା ପଡ଼ିଛି I ଗାନ୍ଧୀଙ୍କ ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here