ନୂଆଗାଁରେ ମହନ୍ତ ଶ୍ରୀ ରାଘବ ଦାସଜୀଙ୍କ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି

0
272

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବି. ନୂଆଗାଁ ମଠ ପରିସରରେ ମହନ୍ତ ଶ୍ରୀ ରାଘବ ଦାସଜୀଙ୍କ ବାର୍ଷିକ ମହୋତ୍ସବ ମହନ୍ତ ଶ୍ରୀ ଦାମୋଦର ଦାସ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଗତ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଶ୍ରୀ ରାମଚରିତ ମାନସ ଅଖଣ୍ଡ ପାରାୟଣ ଏବଂ ପ୍ରବଚନ ଜ୍ଞାନ ଯଜ୍ଞ, ପ୍ରସାଦସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରାୟଣ କାର୍ଯ୍ୟକ୍ରମରେ ବ୍ୟାସ ଭାବେ ପଣ୍ଡିତ ଶ୍ରୀ ରାଧାଚରଣ ଦାସ ଏବଂ ବକ୍ତା ଭାବେ ପଣ୍ଡିତ ଶ୍ରୀ ସଦାନନ୍ଦ ଦାସ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here