ସିଆଳିପାଟ ଅଘରି ହତ୍ୟାକାଣ୍ଡ ଘଟଣା, ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ

0
298

ଖଲ୍ଲିକୋଟ -(ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଆଳିପାଟ ରାଇପଡା ରାସ୍ତାରେ ଭିକାପଡା ଗ୍ରାମର ଅଘରି ନାହାକ ଓରଫ ହଟିଆ ହତ୍ୟାକାଣ୍ଡ କୁ ମାସେ ପୁରିବାକୁ ବସିଥିବା ବେଳେ ଦୁଇ ଜଣ ଅଭିଯୁକ୍ତକୁ ଆଜି ଗିରଫ କରିଛି ଖଲ୍ଲିକୋଟ ପୋଲିସ।ଗତ ୦୬.୧୨.୨୦୨୧ ରାତି ୭ ଟାରେ ଭିକାପଡା ର ଅଘରି ନାହାକ ଓରଫ ହଟିଆ ଓ କୈରାଶି ଗ୍ରାମର ରାଜେଶ ପ୍ରଧାନ ଏକ ବାଇକ ଯୋଗେ କୁରୁମିପୁର ଠାରୁ ନିଜ ଗ୍ରାମ କୁ ଫେରୁଥିବା ବେଳେ ସିଆଳିପାଟ ରାଇପଡା ରାସ୍ତାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଦୁର୍ବୃତ୍ତ ମାନେ ଗଛ କାଟି ରାସ୍ତା ଅବରୋଧ କରିଥିଲେ ।ହଟିଆ ଏବଂ ରାଜେଶ ସେଠାରେ ଅଟକିବା ମାତ୍ରେ ଲୁଚି ରହିଥିବା ଦୁର୍ବୁତ୍ତ ମାନେ ଅତର୍କିତ ଭାବେ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ପ୍ରଥମେ ରାଜେଶ ଙ୍କର ମୁଣ୍ଡ ,ପେଟ, ହାତ ଓ ଗୋଡ଼ କୁ ହାଣିବା ପରେ ସେ ମରିଗଲା ଭାବି ଅଘରି ଙ୍କ ଉପରେ ଆକ୍ରମଣ କରିଥିଲେ ।ତେବେ ଘଟଣା ସ୍ଥଳରେ ଅଘରି ଙ୍କ ମୃତ୍ୟୁ ହୋଇଥିଲା ।ଗୁରୁତର ଆହତ ଅବସ୍ଥାରେ ରାଜେଶ ଙ୍କୁ ପ୍ରଥମେ ସୁମଣ୍ଡଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଏବଂ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାତିରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୭୩୬/୨୦୨୧ ଭାରତୀୟ ପିଙ୍ଗଳ କର୍ଡ ର ଦଫା ୩୦୨,୩୪ ଆଇପିସି ଅନୁଯାୟୀ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଚଳାଇ ଥିଲା ପୋଲିସ ।ଆଜି ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗ ରେ ସିଆଳିପାଟ ରାମଚନ୍ଦ୍ର ପୁର ଗ୍ରାମର ସାଗର ସାହୁ ଓ ଘୋଡାପଡା ଗ୍ରାମର ରାଜେଶ ଯାନୀ ଙ୍କୁ ପୋଲିସ ଗିରଫ କରିଛି ।ତେବେ ଏହି ହତ୍ୟାକାଣ୍ଡ ମାମଲାରେ ଆହୁରି ୫ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ବେଳେ ସେମାନେ ଅଦ୍ୟାବଧି ଫେରାର ଅଛନ୍ତି ଏବଂ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here