ଭଞ୍ଜନଗର ପୁଲିସ ପକ୍ଷରୁ କୋରନା ସଚେତନତା ରାଲି ଅନୁଷ୍ଠିତ

0
495

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ସବୁଠି ଚାଲିଛି ଅଜଣା ଶକ୍ତି କୋରନା ମାହାମରୀ ବିରୁଦ୍ଧରେ ଲଢେଇ ଆଉ ଏହି ଲଢ଼େଇରେ ସରକାର ଓ ଜନସାଧାରଣ ଙ୍କ ପାଇଁ ଆଗଧାଡ଼ିର ଯୋଦ୍ଧା ହୋଇ ଠିଆ ହୋଇଛନ୍ତି ଆମ ପୋଲିସ ମାନେ। ଏହି କ୍ରମରେ ବିଭିନ୍ନ ସଂଘଠନ ପକ୍ଷରୁ କୋରନା ମହାମାରୀ ର ଦ୍ୱିତୀୟ ଲହରୀ କୁ ପ୍ରତିରୋଧ ପାଇଁ ସଚେତନତା କରାଯାଉଥିବା ବେଳେ ଆଜି ଭଞ୍ଜନଗର ପୁଲିସ ପକ୍ଷରୁ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ଏସଆଇ ସମୀର କୁମାର ବେହେରା,ଲିତାରାଣୀ ପରିଡା,ଟୁନା ପିଡ଼ିକା ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ମାନେ ସହରରେ ଏକ ପଦଯାତ୍ରା ଆରମ୍ଭ କରି କୋରନା ମହାମାରୀ ର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ରୁ ଏହାକୁ କିପରି ପ୍ରତିରୋଧ କରାଯାଇପାରିବ ସେ ସଚେତନତା କରିଛନ୍ତି। ସାମାଜିକ ଦୂରତ୍ୱ ସହ ମାସ୍କ ପରିଧାନ କରିବା, ସାବୁନରେ ହାତକୁ ବାରମ୍ବ।ର ସଫା କରନ୍ତୁ। ସରକାରୀ ନିୟମକୁ ପାଳନ କରି ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ଏ ବାର୍ତା ଦେଇ ଭଞ୍ଜନଗର ପୁଲିସ ଆଜି ଜନସାଧାରଣ ଙ୍କୁ ସଚେତନତା କରାଇଛି। ଏଥି ସହିତ ଆଗାମୀ ଦିନରେ ମାସ୍କ ଓ ହେଲମେଣ୍ଟ ଧରପଗଡ଼ କୁ ଜୋରଧାର କରାଯିବ ବୋଲି ଜଣାପଡିଛି।

ରିପୋର୍ଟ – ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here