ତାଳସରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

0
264

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ଆଜି ନବବର୍ଷ ୨୦୨୨ ଉପଲକ୍ଷେ ଗ୍ରାମବାସୀ ଙ୍କ ସହଯୋଗରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର କାର୍ଯ୍ୟସୂଚୀ ଅନୁଯାୟୀ ଅଧିବାସ, ଅଙ୍କୁରାରୋପଣ, ଅଷ୍ଟପ୍ରହର ନାମଯଜ୍ଞ ଆଦି ଅନୁଷ୍ଠିତ ହୋଇଯାଇଛି । ସାରା ପୃଥିବୀର କଲ୍ୟାଣ ଏବଂ ଜନସାଧାରଣଙ୍କ ମଙ୍ଗଳ କାମନା ନିମନ୍ତେ ଏହି ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ଆୟୋଜକ ଙ୍କ ପକ୍ଷରୁ ସୂଚନା ମିଳିଛି । ଏଥିରେ ତାଳସର ଗ୍ରାମବାସୀ ପ୍ରମୁଖ ସମେତ ରାମ ଚନ୍ଦ୍ର ମାଝୀ, ଯୋଗୀ ତାରେଣୀ, କୃଷ୍ଣଚନ୍ଦ୍ର ସାହୁ, ତ୍ରିନାଥ ଜେନା, ପୂର୍ଣ୍ଣ ଚନ୍ଦ୍ର ଜେନା, ବୁଲା ଜେନା, ବିଷ୍ଣୁ କୁମାର ଜେନା ଏବଂ ଅନ୍ୟମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here