ହାଢୁଭାଙ୍ଗିରେ ଜବର ଦଖଲ ଉଛେଦକୁ ନେଇ ଉତ୍ତେଜନା ସୃଷ୍ଟି

0
327

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗି ଠାରେ ରାସ୍ତା କଡର ଉଠା ଦୋକାନ ଗୁଡିକୁ ଉଚ୍ଛେଦ ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା ଯାହା ଫଳରେ ସେଠାରେ ଉତ୍ତେଜନା କୁ ନେଇ ପ୍ରଶାସନିକ ପକ୍ଷରୁ,୧୪୪ଧାରା ଆଦି ଗତକାଲି ଅପରାହ୍ନରେ ପ୍ରଶମିତ ହୋଇଥିବା ସୁଚନା ମିଳିଛି । ଉଚ୍ଛେଦ ପାଇଁ ଗଜପତି ପ୍ରଶାସନ ଏକ ମାସ ମହଲତ ଦେବା ଯୋଗୁଁ ଘଟଣା ଶାନ୍ତ ପଡିବା ସହ ସମସ୍ତ ଉତ୍ତେଜନାରେ ପୁର୍ଣ୍ଣଛେଦ ପଡିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗି ଗ୍ରାମ ମୂଖ୍ୟ ଛକର ଉଭୟ ପାଶ୍ୱର୍ରେ ଥିବା ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ନୋଟିସ ଜାରି କରିଥିଲେ । ଯାହାକି ଗତକାଲି ଏହାର ଶେଷ ଦିବସ ରହିଥିଲା । ହେଲେ ବିସ୍ଥାପିତ ଉଠା ଦୋକାନୀମାନେ ୨୭ତାରିଖରେ ଗଜପତି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତାଙ୍କର ଅଭିଯୋଗ ଜଣାଇଥିଲେ । ଜିଲ୍ଲାପାଳ ସେମାନଙ୍କ ଅଭିଯୋଗ କୁ ଭିତ୍ତିକରି ପରିସ୍ଥିତ ଉପରେ ଅନୁଧ୍ୟାନ କରି କାର୍ଯ୍ୟପନ୍ଥା ଉପରେ ବିଚାର କରାଯିବ ବୋଲି ସୂଚନା ଦେଇ ଥିଲେ। ଅପରପକ୍ଷରେ ସଜବାଜ ହୋଇ ପ୍ରଶାସନିକ ପକ୍ଷରୁ । ଉଚ୍ଛେଦ କରିବା ପାଇଁ ଗତକାଲିି ବୁଧବାର ତଥା ଡିସେମ୍ବର ୨୯ ତାରିଖ ଧାର୍ଯ୍ୟ କରାଯାଇଥିବାରୁ ଅଞ୍ଚଳ ର ଉଠାଦୋକାନୀ ତଥା ବିସ୍ଥାପିତମାନେ ସମସ୍ତେ ଏକାଠି ହୋଇ ନିଜ ନିଜ ସ୍ତ୍ରୀ ପିଲାଙ୍କୁ ଧରି ରାସ୍ତାପାଶ୍ୱର୍ରେ ଧାରଣାରେ ବସି ରହଥିଲେ । ଏହି ହାଡୁଭାଙ୍ଗି ପଞ୍ଚାୟତର ଯୁବ ନେତା ପି. ବାବୁରାଓ ଏମାନଙ୍କ ସାଥିରେ ରହିଛନ୍ତି । ସେ କହିଛନ୍ତି ଯେ ପ୍ରଶାସନ ନ୍ୟାୟ ନ ଦେଲେ ଆନ୍ଦୋଳନ ଜୋରଦାର କରାଯିବ । ତେବେ ଗତକାଲି ସକାଳେ ତହସିଲଦାର ବ୍ୟାପକ ପୋଲିସ ମୁତୟନ ସହିତ ପହଂଚି ଉଚ୍ଛେଦ ସ୍ଥଳରେ ୧୪୪ ଧାରା ଲାଗୁ କରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ । ସେହି ସମୟରେ ଘଟଣା ସ୍ଥଳରେ ଶିଳ୍ପପତି ତିରୁପତି ପାଣିଗ୍ରାହୀ ପହଞ୍ଚି ବିସ୍ଥାପିତ ଓ ପ୍ରଶାସନ ସହ ଆଲୋଚନା କରି ଏକ ମାସ ମହଲତ ମାଗିଥିବା ବେଳେ ତହସିଲଦାର ସୀମାଞ୍ଚଳ ମହାନ୍ତି ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବି ବୋଲି କହିଥିଲେ । ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଉଚ୍ଛେଦ ପାଇଁ ଏକ ମାସ ମହଲତ ଦିଆଯାଇଥିଲା । ଏଠାରେ ସାଧାରଣ ଲୋକଙ୍କ କହିବା ଅନୁସାରେ ଆଗକୁ ନିର୍ବାଚନ ଦୃଷ୍ଟି ରେ ରଖି ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ଏଠାକାର ଅଞ୍ଚଳ ବାସିନ୍ଦା ଙ୍କୁ ବ୍ୟବହାର କରିବା ପାଇଁ ଭୂତ ହୋଇ ଲାଗିଲେ, ଗୁଣିଆ ହୋଇ ଛିଡାହେଲା ବୋଲି ସମସ୍ତେ ଜାଣନ୍ତି ଏହା ବର୍ତମାନ ପ୍ରଶାସନ କୁ ଧରି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରାଯାଇଥିବା ବିଷୟରେ ଅଞ୍ଚଳ ବାସିନ୍ଦା ଙ୍କ ଆଲୋଚନା କରିବା ଦେଖିବାକୁ ମିଳିଥିଲା।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here