ଓଡିଶା ପାଇଁ ଗର୍ବ ଆଣିଲେ ପିପୁଲସ କଲେଜର ରୂପାଝିଅ ପ୍ରମିଳା କ୍ରିଷ୍ଣାନୀ

0
341

ବୁଗୁଡା : ସର୍ବଭାରତୀୟ ଆନ୍ତଃବିଶ୍ବବିଦ୍ୟାଳୟ ମହିଳା ଭାରାଉତ୍ତୋଳନ ପ୍ରତିଯୋଗିତାରେ ବୁଗୁଡା ପୁପୁଲସ କଲେଜ +୩ ତୃତୀୟ ବର୍ଷ ଛାତ୍ରୀ ପ୍ରମିଳା କ୍ରିଷ୍ଣାନୀ ରୌପ୍ୟ ପଦ ହାସଲ କରି ବୁଗୁଡା ଓ ଓଡିଶା ପାଇଁ ଗର୍ବ ଆଣିଥିବା ଜଣାପଡିଛି। ୨୦୨୧ ଡିସେମ୍ବର ୨୭ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଆନ୍ଧ୍ରପ୍ରଦେଶ ର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ପରିସରରେ ସର୍ବଭାରତୀୟ ସ୍ତରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ମହିଳା ଭାର ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତି ଯୋଗୀତାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପିପୁଲସ କଲେଜର +୩ ତୃତୀୟ ବର୍ଷ ଛାତ୍ରୀ ପ୍ରମିଳା କ୍ରିଷ୍ଣାନୀ ମଧ୍ୟ ପ୍ରତିନିଧିତ୍ଵ କରିଥିଲେ। ମାତା ରତନୀ କ୍ରିଷ୍ଣାନୀ ଓ ପିତା ବୁଢା କ୍ରିଷ୍ଣାନୀ ଙ୍କ କନ୍ୟା ସନ୍ତାନ ରୁପାଝିଅ ପ୍ରମିଳା କ୍ରିଷ୍ଣାନୀ ସମଗ୍ର ଭାରତ ବର୍ଷରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ମହିଳା ଭାର ଉତ୍ତୋଳନରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ପାଇଁ ବୁଗୁଡା ପିପୁଲସ କଲେଜ ସହ ଓଡିଶା ରାଜ୍ୟ ପାଇଁ ଗୌରବ ଆଣିପାରିଥିବା ଯୋଗୁ କଲେଜର ଅଧ୍ୟକ୍ଷ ପ୍ରଫେସର ରଜନିକାନ୍ତ ଦାଶ, ଆଇ.କ୍ୟୁ.ଏ.ସି. ସଂଯୋଜକ ପ୍ରଫେସର ପ୍ରଭଞ୍ଜନ ମୁନି, କ୍ରୀଡା ସଂଗଠନ ସମ୍ପାଦକ ପ୍ରଫେସର ଅକ୍ଷୟ କୁମାର ସାହୁ, ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଆତ୍ମାପ୍ରକାଶ ନାୟକ, ଶୈକ୍ଷିକ ସଂଯୋଜକ ଡ଼ଃ ଜୟରାମ ବିଷୋୟୀ, କ୍ରୀଡା ଶିକ୍ଷକ କୃଷ୍ଣ ରାଓ ପାତ୍ର କଲେଜର ରୂପାଝିଅ ପ୍ରମିଳା କ୍ରିଷ୍ଣାନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here