ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ : ସ୍ୱାମୀ ଗିରଫ

0
272

ପାରଳାଖେମୁଣ୍ଡି,:ଗଜପତି ଜିଲ୍ଲାର ଗାରାବନ୍ଧ ଥାନା ଅଧୀନରେ ଥିବା ଆଡାଗାଁ ଗ୍ରାମ ରେ ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ଯାହାର ସୂଚନା ମୁତାବକ ଅନୁସାରେ ଯାହା କି ଗୋଟିଏ ପାରିବାରିକ ଭିତରେ ଅଶାନ୍ତି ଓ କନ୍ଦୋଳ ଯୋଗୁଁ ସ୍ୱାମୀ ଉତ୍ତେକ୍ତ ହୋଇ ଧାନ କଟା ଦାଆରେ ନିଜ ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା ହୋଇଥିବା ଖବର ପ୍ରଘଟ ହୋଇଗଲା ଯାହା ଫଳରେ ସେଠାର ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ସାଇଣ୍ଟିଫିକ ଟିମ୍‌କୁ ଖବର ଦେଇଥିଲେ । ସାଇଣ୍ଟିଫିକ୍‌ଟିମ୍ ସହ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ଥିଲା ସମସ୍ତ ତଦନ୍ତ ସାରି ଫେରିଯାଇଛନ୍ତି । ହତ୍ୟାକାରୀ ସ୍ୱାମୀକୁ ପୋଲିସ ଗିରଫ କରିଛି । ଘଟଣାରୁ ପ୍ରକାଶ ଆଜି ସକାଳୁ ୮ଘଣ୍ଟା ୩୫ ମିନିଟ ବେଳେ ଗଜପତି ଜିଲ୍ଲାର ଗାରବନ୍ଧ ଥାନା ଅଧୀନରେ ଥିବା ଅଡାଗାଁ ଗ୍ରାମରେ ସ୍ୱାମୀ ଗଙ୍ଗାବଡମୁଣ୍ଡି ବୟସ(୪୩) ନିଜ ସ୍ତ୍ରୀ ସଞ୍ଜନା ବଡମୁଣ୍ଡି ବୟସ(୩୫)ଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଓ କନ୍ଦୋଳ ହୋଇଥିଲା । ଏଥିରେ ସ୍ୱାମୀ ଗଙ୍ଗା ବଡମୁଣ୍ଡି ଅତ୍ୟନ୍ତ ଉତ୍ୟକ୍ତ ହୋଇ ସ୍ତ୍ରୀ ସଞ୍ଜନାକୁ ଧାନ କଟା ଦାଆରେ ଆକ୍ରମଣ କରି ଗଳା କାଟି ହତ୍ୟା କରିଥିବା ଜଣାପଡିଛି । ଏମାନଙ୍କର ଜଣେ ପୁଅ ସହ ୩ଝିଅ ଥିବା ସୂଚନା ମିଳିଛି । ପୋଲିସ ଘଟଣା ସମ୍ପର୍କରେ ଜାଣିବା କ୍ଷଣି ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ସାଇଣ୍ଟିଫିକ୍ ଟିମ୍‌କୁ ତଦନ୍ତ ପାଇଁ ଡକାଇଥିଲେ । ଅପରାହ୍ନ ୨.୩୦ ବେଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚିଥିଲେ ସେଠାରେ ସମସ୍ତ ତଦନ୍ତ ସାରି ଫେରିଛନ୍ତି । ମୃତ ସ୍ତ୍ରୀ ଗଙ୍ଗାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଗଜପତି ଏଏସ୍‌ପି ବାମଦେବ ସିଂ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ବିଷୟରେ ଅନୁଧ୍ୟାନ କରି ଫେରିଛନ୍ତି । ଗାରବନ୍ଧା ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତ ରାୟ ଏହି ବିଷୟରେ ସୂଚନା ଦେଇଛନ୍ତି ଯେ, ପାରିବାରିକ କନ୍ଦଳରୁ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଛି । ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ତଦନ୍ତ ପରେ ହତ୍ୟାକାରୀ ସ୍ୱାମୀକୁ ଗିରଫ କରାଯାଇଛି । ଗାରାବନ୍ଧ ଥାନାରେ ଏହି ଅଭିଯୋଗ ଉପରେ ୧୦୫/୨୧ ଏକ ମାମଲା ରୁଜୁ ହୋଇଛି । ହତ୍ୟାକାରୀ ସ୍ୱାମୀ ବିରୁଦ୍ଧରେ ୩୦୨ ଦଫା ରୁଜୁ କରାଯାଇଛି ବୋଲି ସୂଚନା ଦେଇଛନ୍ତି
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here